LIFESTYLE

ଜାଣିଛନ୍ତି କି ଆପଣଙ୍କ ବାହାଘର କେମିତି ହେବ ? ତେବେ ଜାଣନ୍ତୁ ରାଶି ଅନୁସାରେ ବାହାଘର କେମିତି ହେବ

ରାଶି ଅନୁସାରେ ଜାଣନ୍ତୁ କେମିତି ହେବ ବାହାଘର

ଏବେ ଆସି ଯାଇଛି ବାହାଘରର ମାସ । ସମସ୍ତେ ନିଜ ବହାଘରକୁ ନେଇ ବହୁତ କିଛି ମନରେ ଭାବି ଥାଆନ୍ତି ଓ ବହୁତ କିଛି ସ୍ଵପ୍ନ ଦେଖି ଥାଆନ୍ତି । ଯେଉଁ ମାନେ ଏବର୍ଷ ବାହା ହେଉଛନ୍ତି ସେମାନଙ୍କ ମନରେ ବହୁତ ପ୍ରଶ୍ନ ଯେ ଆମର ବାହାଘର କେମିତି ହେବ । ତେବେ ଆସନ୍ତୁ ଜାଣିବ ରାଶି ଅନୁସାରେ କେମିତି ହେବ ବାହାଘର ।

ମେଷ ରାଶି : ଏହି ରାଶିର ଲୋକ ସ୍ୱଭାବରେ ବହୁତ ଖୁସିରେ ରୁହନ୍ତି । ଏମାନେ କୈଣସି ପର୍ବକୁ ଉତ୍ସାହିତ ସହିତ ପାଳିଥାନ୍ତି । କୌଣସି ବି କାମ କରିବା ଆଗରୁ ବହୁତ ପ୍ଲାନ୍ କରିଥାନ୍ତି । ଏମାନେ ବାହାଘର ଖୁବ ଧୁମଧାମରେ ହୋଇଥାଏ ।

ବୃଷ ରାଶି : ବୃଷ ରାଶିର ଲୋକ ନିଜର ସମ୍ମାନକୁ ବହୁତ ଦେଖନ୍ତି । ଏହି ରାଶିର ଲୋକ ନିଜ ଟ୍ରାଡିସନ ଓ ସମ୍ମାନ ଆଖିଆଗରେ ରଖି ହୋଟେଲ ବା ଲଗଜୁରିୟସ୍ ବାହାଘର କରିବାପାଇଁ ପସନ୍ଦ କରନ୍ତି ।

ମିଥୁନ ରାଶି : ଏହି ରାଶିର ଲୋକ ନିଜ ବାହାଘର ଖୁବ ଧୁମଧାମରେ କରିଥାନ୍ତି ଯେମିତି କିଛି ପର୍ବ ଚାଲିଛି । ଛୋଟ ଛୋଟ ଖୁସିକୁ ଏମାନେ ବହୁତ ପ୍ରାଧାନ୍ୟ ଦିଅନ୍ତି । ଏମାନେ  ସବୁ ବେଳେ ଖୁସି ରହିବାକୁ ଚେଷ୍ଟା କରନ୍ତି ।

କର୍କଟ ରାଶି : କର୍କଟ ରାଶିର ଲୋକ ନିଜ ବାହାଘରକୁ ଖୁବ ଷ୍ଟାଇଲରେ ପାଳନ କରିଥାନ୍ତି । ଏମାନେ ଭୋଜି ଖାଇବାଠାରୁ ନେଇକରି ଡେକରେସନ୍ ପର୍ଯ୍ୟନ୍ତ ସବୁ ଷ୍ଟାଇଲ ସହ କରିଥାନ୍ତି ।

ସିଂହ ରାଶି : ଏହି ରାଶିର ଲୋକ ନିଜ ବାହାଘରକୁ ରାଜକୀୟ ଢାଞ୍ଚାରେ ପାଳନ କରିଥାନ୍ତି । ବାହାଘର କପଡା ଠାରୁ ଆରମ୍ଭ କରି ସାଜସଜା ପଯ୍ୟନ୍ତ ସବୁଥିରେ ପ୍ଲାନ୍ ଠାରୁ ଅଧିକ ଖର୍ଚ କରିଥାନ୍ତି । ଏହି ରାଶିର ଲୋକ ବହୁତ ଖର୍ଚି ଥାଆନ୍ତି ।

କନ୍ୟା ରାଶି : ଏହି ରାଶିର ଲୋକ ସ୍ୱଭାବରେ ଖୁବ୍ କୋମଳ ହୋଇଥାନ୍ତି । ସେମାନେ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ବାହାଘରର ଉତ୍ସବ ପାଳନ କରିବାକୁ ବେଶୀ ପସନ୍ଦ କରନ୍ତି । ଏହି ରାଶିର ଲୋକ ପରିବାରକୁ ଅଧିକ ପ୍ରାଧାନ୍ୟ ଦେଇ ଥାଆନ୍ତି ।

ତୁଳା ରାଶି : ଏହି ରାଶିର ଲୋକଙ୍କ ବାହାଘର ଶାନ୍ତିପୂର୍ଣ୍ଣଭାବେ ହୋଇନଥାଏ । ହୁଏତ କିଛି ପାରିବାରିକ ଅସଂତୁଷ୍ଟ କିମ୍ବା ବାହାଘରରେ ଝଗଡା ହେଇଥାଏ । ମୋଟାମୋଟି ଭାବେ କହିଲେ ବାହାଘରରେ ଟିକେ ବାଧା ଉପୁଜିଥାଏ ।

ବିଛା ରାଶି : ବିଛା ରାଶିର ଲୋକଙ୍କ ବାହାଘର ଖୁବ୍ ଧୁମଧାମରେ ହୋଇଥାଏ । ବାହାଘରର ସବୁ କାମ ଠିକ ଠାକ ହେଇଥାଏ । ଆଉ ଏହା ସମସ୍ତଙ୍କର ମନେ ରହେ । ଏହି ରାଶିର ଲୋକ ନିଜ ବାହାଘରକୁ ନେଇ ବହୁତ ସ୍ଵପ୍ନ ଦେଖି ଥାଆନ୍ତି ।

ଧନୁ ରାଶି : ଏହି ଲୋକଙ୍କ ବାହାଘରରେ ବହୁତ ନାଚଗୀତ ହୋଇଥାଏ । ବାହାଘରର ସବୁ କାମ ନିଜ ହିସାବରେ କରିବାକୁ ପସନ୍ଦ କରନ୍ତି ।

ମକର ରାଶି : ମକର ରାଶିର ଲୋକଙ୍କ ବାହାଘର ଖୁବ ରାଜକୀୟ ଢାଞ୍ଚାରେ ପାଳନ ହୋଇଥାଏ । ଏମାନେ ବାହାଘରକୁ ଖୁବ ଶାନ୍ତିପୂର୍ଣ୍ଣ ଭାବେ କରିଥାନ୍ତି । ଏମାନେ ସ୍ବଭାବରେ ବହୁତ ଶାନ୍ତ ଥାଆନ୍ତି ।

କୁମ୍ଭ ରାଶି : ଏହି ରାଶି ଥିବା ଲୋକଙ୍କ ବାହାଘର ସମ୍ପୂର୍ଣ ଭିନ୍ନ ହୋଇଥାଏ । ଏମାନେ ସବୁକିଛି ଆଧୁନିକ ଶୈଳୀରେ କରିବାକୁ ପସନ୍ଦ କରନ୍ତି । ଏମାନେ ବହୁତ ବିଳାସ ପୂର୍ଣ ଜୀବନ ବଞ୍ଚିବାକୁ ଇଛୁକ ଥାଆନ୍ତି ।

ମୀନ ରାଶ : ମୀନ ରାଶିର ଲୋକଙ୍କ ବାହାଘର ବହୁତ ଧୁମଧାମରେ ହୋଇଥାଏ । ଖୁବ୍ ରୋମାଣ୍ଟିକ,ସୁନ୍ଦର ଭାବରେ ଅନେକ ଟଙ୍କା ଖର୍ଚ କରି କରନ୍ତି ।

ଜାଣିଛନ୍ତି କି ଆପଣଙ୍କ ବାହାଘର କେମିତି ହେବ ? ତେବେ ଜାଣନ୍ତୁ ରାଶି ଅନୁସାରେ ବାହାଘର କେମିତି ହେବ mrg pic

ପଢନ୍ତୁ ;

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଜାଣନ୍ତୁ

Related posts

“ଚଟଣି” ଖାଦ୍ୟରେ ସ୍ଵାଦ ବଦଳାଇ ସହ ଏହା ଶରୀର ପାଇଁ ମଧ୍ୟ ହିତକର ! ଜାଣନ୍ତୁ ଏହା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ

ENO Beuro

ତେଜପତ୍ର କରିବ ଆପଣଙ୍କର ଅଳସୁଆ ପଣ ଦୂର ଜାଣନ୍ତୁ କେମିତି

Jitendra

ଗ୍ରୀଷ୍ମ ଦିନରେ ପ୍ରଚୁର ପାଣି ପିଇବା ଦ୍ଵାରା ଅମକୁ କେଉଁ ରୋଗରୁ ମୁକ୍ତି ମିଳେ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More