Loading...

୨ ଲକ୍ଷ ଭାରତୀୟ ହ୍ୱାଟସଆପ ଆକାଉଣ୍ଟ ବ୍ୟାନ୍ କଲା ମେଟା

୨ ଲକ୍ଷ ଭାରତୀୟ ହ୍ୱାଟସଆପ ଆକାଉଣ୍ଟ ବ୍ୟାନ୍ କଲା ମେଟା

ସୋସିଆଲ ମିଡିଆ କମ୍ପାନୀ ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ୨୦୨୧ ଡିସେମ୍ବର ମାସରେ ଭାରତରେ ୨ଲକ୍ଷ ୭୯ ହଜାରଟି ହ୍ୱାଟସଆପ ଆକାଉଣ୍ଟରେ ପ୍ରତିବନ୍ଧକ ଲଗାଇଛି ।

ସୋସିଆଲ ମିଡିଆ କମ୍ପାନୀ ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ୨୦୨୧ ଡିସେମ୍ବର ମାସରେ ଭାରତରେ ୨ଲକ୍ଷ ୭୯ ହଜାରଟି ହ୍ୱାଟସଆପ ଆକାଉଣ୍ଟରେ ପ୍ରତିବନ୍ଧକ ଲଗାଇଛି । ନିୟମ ଅନୁସାରେ ଡିସେମ୍ବର ମାସରେ ସମଗ୍ର ଦେଶରୁ କମ୍ପାନୀକୁ ୫୨୮ଟି ଅଭିଯୋଗ ମିଳିଥିଲା ସେଥି ମଧ୍ୟରୁ ୨୪ଟି ଅଭିଯୋଗର ଉତ୍ତର ଦିଆଯାଇଛି।

ହ୍ୱାଟସଆପର ଜଣେ ମୁଖପାତ୍ର କହିଛନ୍ତି ନୂଆ ଆଇଟି ନିୟମ ୨୦୨୧ ସହିତ ଆମେ ଡିସେମ୍ବର ମାସରେ ସପ୍ତମ ମାସିକିଆ ରିପୋର୍ଟ ପ୍ରକାଶ କରିଛୁ। ସଦ୍ୟ ମାସିକିଆ ରିପୋର୍ଟ ଅନୁସାରେ ହ୍ୱାଟସଆପ ଡିସେମ୍ବରରେ ଦୁଇ ଲକ୍ଷରୁ ଅଧିକ ଆକାଉଣ୍ଟର ପ୍ରତିବନ୍ଧକ ଲଗାଇଛି ବୋଲି ସେ କହିଛନ୍ତି।  ମୁଖପାତ୍ର ଆହୁରି “କହିଛନ୍ତି ହ୍ୱାଟସଆପ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ମେସେଞ୍ଜିଙ୍ଗ ସେବାରେ ହେଉଥିବା ଦୁରୁପଯୋଗ ରୋକିବାରେ ପଦକ୍ଷେପ ନିଆଯାଉଛି।  ହ୍ୱାଟସଆପ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ, ଡିସେମ୍ବର ୧ରୁ ୩୧ ମଧ୍ୟରେ  ପ୍ରତିବନ୍ଧକ ଲଗାଯାଇଥିବା ଭାରତୀୟ ଆକାଉଣ୍ଟଗୁଡ଼ିକ ଦୁରୁପଯୋଗ ଅଭିଯୋଗ ଆଧାରରେ ଚିହ୍ନଟ କରାଯାଇଛି। ଏହା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମ୍ପାନୀ କହିଛି। ବର୍ଷ ବର୍ଷ ଧରି ବ୍ୟବହାରକାରୀଙ୍କୁ  ପ୍ଲାଟଫର୍ମରେ ସୁରକ୍ଷିତ ରଖିବାପାଇଁ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଓ ଅନ୍ୟ କଟିଙ୍ଗ-ଆଜ ଟେକ୍ନୋଲୋଜି, ଡାଟା ସାଇଣ୍ଟିଷ୍ଟ ବିଶେଷଜ୍ଞ ଓ ଅନ୍ୟ ପ୍ରକ୍ରିୟାର ବ୍ୟବହାର କରୁଛୁ ବୋଲି ମୁଖପାତ୍ର କହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.