EnewsOdia.Com

ଆସନ୍ତା କାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ଅଦିନିଆ ବର୍ଷା

ଆସନ୍ତା ୨୩ ରୁ ୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗଳାଦେଶ ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଏହି ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁଚନା ଅନୁସାରେ ଆସନ୍ତା କାଲି ପଶ୍ଚିମ ଓଡିଶାର କେତେକ ଅଞ୍ଚଳ ସମ୍ବଲପୁର, ସୁନ୍ଦରଗଡ, କେଉଁଝର, ଝାରସୁଗୁଡା, ବରଗଡ, ଦେଓଗଡ ଓ ମୟୂରଭଂଜ ଜିଲ୍ଲାରେ ସାମନ୍ୟ ଧରଣର ବର୍ଷା ହୋଇପାରେ ।୨୪ ତାରିଖରେ ଉପରୋକ୍ତ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

 

ଗତ ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ି ଚାଲିଛି। କେଉଁଠି ୨ ଡିଗ୍ରି ତ ଆଉ କେଉଁଠି ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଜି ବି ଅଧିକାଂଶ ସ୍ଥାନରେ ସମାନ ସ୍ଥିତି ଲାଗି ରହିଥିଲା। ତେବେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଏହାପରେ ତାପମାତ୍ରା ସାମାନ୍ୟ ବଢ଼ିବାକୁ ଥିଲେ ମଧ୍ୟ ଟାଣ ଖରା ହେବନି ବୋଲି ପୂର୍ବାନୁମାନ କରାଯାଇଛି।

ପଢନ୍ତୁ: ୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଓ ମାଗଣାରେ ପାଆନ୍ତୁ ପ୍ଲାଟଫର୍ମ ଟିକେଟ

 

ସମ୍ବନ୍ଧିତ ଖବର

କେବଳ ପୁଅ-ବୋହୂ ନୁହଁନ୍ତି ନାତି-ନାତୁଣୀ ବି ବାପାମାଆଙ୍କ ସେବା କରିବାକୁ ବାଧ୍ୟ

Ratnamani Maharana

ଓଡ଼ିଶାରେ ୪୮ ଘଣ୍ଟା ଯାଏ ବର୍ଷା ସମ୍ଭାବନା

Ratnamani Maharana

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

Ratnamani Maharana

ସମ୍ବିଧାନକୁ ଜଣେ ବ୍ରାହ୍ମଣ ତିଆରି କରିଥିଲେ ବୋଲି କହିଲେ ଗୁଜୁରାଟ ବାଚସ୍ପତି

Ratnamani Maharana

ପିଏମ୍‌ ମୋଦିଙ୍କ ପରେ ‘Man vs Wild’ରେ ନଜର ଆସିବେ ରଜନୀକାନ୍ତ

Ratnamani Maharana

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Ratnamani Maharana