Entertainment

ମି ଠୁ ଜାଲରେ ‘ସଞ୍ଜୁ’ ନିର୍ଦ୍ଦେଶକ ରାଜକୁମାର ହିରାନୀ

Raj-Kumar-

ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ ନିଜର ଆକର୍ଷଣୀୟ ଚଳଚ୍ଚିତ୍ର ପାଇଁ ଦର୍ଶକଙ୍କ ମନରେ ଛାପ ଛାଡିଦେଇଛନ୍ତି। ମହିଳାଙ୍କ ପ୍ରତି ହୋଇଥିବା ଅସଦାଚରଣକୁ ନେଇ ଭାରତରେ ଆରମ୍ଭ ହୋଇଥିବା ମିଠୁ ଅଭିଯାନରେ ରାଜକୁମାର ହିରାନୀ ଫସିଯାଇଛନ୍ତି। ସଞ୍ଜୁ ଚଳଚ୍ଚିତ୍ରର ଜଣେ ସହ ପ୍ରଯୋଜକ ରାହକୁମାର ହିରାନୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

Raj-Kumar-

ଅଭିଯୋଗ ଅନୁସାରେ ଯୁବତୀ ଜଣକ ପ୍ରଥମେ ‘ସଞ୍ଜୁ’ର ପ୍ରଯୋଜକ ବିଧୁବିନୋଦ ଚୋପ୍ରା, ତାଙ୍କ ପତ୍ନୀ ତଥା ଫିଲ୍ମ କ୍ରିଟିକ୍‌ ଅନୁପମା ଚୋପ୍ରାଙ୍କୁ ଏନେଇ ଇମେଲ୍‌ରେ ଜଣାଇଥିଲେ ଯେ, ହିରାନୀ ତାଙ୍କୁ ‘ସଞ୍ଜୁ’ର ପୋଷ୍ଟ ପ୍ରଡକ୍ସନ୍‌ କାମ ଚାଲିଥିବାରେ ବେଳେ ଯୌନ ନିର୍ଯାତନା ଦେଉଥିଲେ। ଏହି ଇମେଲ୍‌ରେ ସେ ଲେଖିଥିଲେ,“ମୁଁ କହିବାକୁ ଚାହୁଁଥିଲି, “ସାର୍‌, ଏସବୁ ଠିକ୍‌ ନୁହେଁ..ଆପଣ ଶକ୍ତିଶାଳୀ ଏବଂ ମୁଁ ଜଣେ ସାମାନ୍ୟ ଆସିଷ୍ଟାଣ୍ଟ, ନିମିତ୍ତ ମାତ୍ର। ମୁଁ ଏହା ବିରୋଧରେ ମୁହଁ ଖୋଲିପାରିବିନି। ମୋ ମନ, ଦେହ ଏବଂ ହୃଦୟ କେବଳ ସେହି ରାତି ନୁହେଁ ଏହାର ୬ ମାସ ପରେ ମଧ୍ୟ ମୋ ସହିତ ଏଭଳି ନିର୍ଯାତନା ହୋଇଥିଲା।”

ମାତ୍ର ହିରାନୀ ଏହି ଅଭିଯୋକୁ ଖଣ୍ଡନ କରି ଅସ୍ୱୀକାର କରିଛନ୍ତି।

ପଢନ୍ତୁ; ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ପନିର୍‌ ପଲାଉ’

Related posts

Xamboree–The Cultural-Management Fest of XUB to be held from October 4

ENO Beuro

Ollywood Actor Uttam Mohanty Honoured With Prestigious Kadambini Samman

ENO Beuro

ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା : ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ହେବ

ENO Beuro

Leave a Comment