EnewsOdia.Com

ୱେବ୍‌ସାଇଟରେ ଛଡ଼ାଗଲା ମାଟ୍ରିକ୍ ଆଡ୍‌ମିଟ୍‌ କାର୍ଡ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ୧୯ତାରିଖରେ ହେବାକୁ ଥିବା ମାଟ୍ରିକ୍ ଓ ଓପନ୍‌ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର୍ଥୀଙ୍କ ଆଡ୍‌ମିଡ୍ କାର୍ଡ ବୋର୍ଡ‌ ୱେବ୍‌ସାଇଟ୍‌ www.bseodisha.ac.in ରେ ଛଡାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂପୃକ୍ତ ସ୍କୁଲ କୋର୍ଡରେ ଥିବା ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ପରୀକ୍ଷାର୍ଥୀଙ୍କ ଆଡ୍‌ମିଡ୍ କାର୍ଡ ଡାଉନଲୋର୍ଡ କରିପାରିବେ। ପତ୍ରବିନିମୟ ପରୀକ୍ଷାର୍ଥୀମାନେ ସେମାନଙ୍କ ଏନ୍‌ରୋଲ୍‌ମେଣ୍ଟ ନମ୍ବର ବା ନାମ ଓ ବାପାଙ୍କ ନାମ ଲଗ୍‌ ଇନ୍ କରି ସେମାନଙ୍କ ଆଡ୍‌ମିଡ୍ କାର୍ଡ ୱେବସାଇଟରୁ ଡାଉନଲୋର୍ଡ କରିପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫ଲକ୍ଷ ୪୭ହଜାର ୭୪୭ଜଣ ପରୀକ୍ଷାର୍ଥୀ ରାଜ୍ୟ ୨୭୬୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବ‌େଳେ ଓପନ୍‌ ସ୍କୁଲରେ ୯ହଜାର ୭୭୧ ପରୀକ୍ଷାର୍ଥୀ ୭୬ଟି ପରୀକ୍ଷା ‌କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।

ପଢନ୍ତୁ: ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

ସମ୍ବନ୍ଧିତ ଖବର

ମହଙ୍ଗା ହେବ ଚିନି!

Ratnamani Maharana

କିଙ୍ଗ୍ ନୁହେଁ କିଙ୍ଗମେକର୍ ହେବେ ସୁପର ଷ୍ଟାର ରଜନୀକାନ୍ତ

Ratnamani Maharana

କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

Ratnamani Maharana

‘କାଶୀ’ରେ ଚିତାଭସ୍ମ ହୋଲିର ନିଆରା ପରମ୍ପରା

Ratnamani Maharana

ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

Ratnamani Maharana

ଝିଅଙ୍କୁ ହଇରାଣ କଲେ ରୋମିଓଙ୍କୁ ମିଳିବ ନାଲି କାର୍ଡ

Ratnamani Maharana