POLITICALS

ଭୁବନେଶ୍ବର-କଟକ ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍

Untitled 1

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ଆଜି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିଥିଲେ। ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ସାବାସୀ ଦେଇଥିଲେ। ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ସେ କହିଛନ୍ତି, ବିଜୁ ଏକ୍ସପ୍ରେସ ୱେ   ଓଡିଶାର ଉତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଭାଗକୁ ସଂଯୋଗ କରିବ । ମେଟ୍ରୋ ରେଳ ସେବା ଦ୍ୱାରା ଐତିହ୍ୟସଂପନ୍ନ ରୌପ୍ୟ ନଗରୀ କଟକକୁ ସ୍ମାର୍ଟ ସିଟି ଭୁବନେଶ୍ୱର ସହିତ ସଂଯୋଗ କରାଯିବା ନିମନ୍ତେ ତୁରନ୍ତ ସରକାର ଉଦ୍ୟମ କରିବେ ବୋଲି ରାଜ୍ୟପାଳ କହିଛନ୍ତି ।

ସେ ଆହୁରି କହିଛନ୍ତି,“ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀକୁ ମେଟ୍ରୋ ରେଳ ଦ୍ୱାରା ଯୋଡ଼ିବାକୁ ଉଦ୍ୟମ ହେବ। ଏଥିସହ ପୁରୀ ଏକ ବିଶ୍ୱ ଐତିହ୍ୟ ନଗରୀ  ରୂପେ ପରିଗଣିତ ହେବ। ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା କରିବାକୁ ଉଦ୍ୟମ ଜାରି ରହିଛି। ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭତ୍ତା ରାଶି ବୃଦ୍ଧି କରାଯାଇଛି। ଏମଏସଏମଇର ବିକାଶ ପାଇଁ ସ୍ୱତନ୍ତ୍ର କରିଡ଼ର ସ୍ଥାପନ କରାଯାଇଛି। ୫ଟି ମ୍ୟୁନିସପାଲ କର୍ପୋରେସନକୁ ସ୍ମାର୍ଟ ସିଟି ପାଇଁ ଉଦ୍ୟମ ଚାଲିଛି। କଟକକୁ ଐତିହ୍ୟ ସହରରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି।
ପଢନ୍ତୁ: ମୋଦି ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ, ରଦ୍ଦ ହେବ ଚୋକସିଙ୍କ ଆଣ୍ଟିଗୁଆ ନାଗରିକତ୍ୱ

Related posts

ରାଜନେତା ଓ ତାଙ୍କ ସମ୍ପତ୍ତିର ମୂଲ୍ୟ ଜାଣିଲେ ବିଶ୍ଵାସ ହେବନି

Ratnamani Moharana

Nirmala Sitharaman Today Taken Charge Of The Defence Ministry

ENO Beuro

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” ବୋଲି କହିଲେ ସ୍ମୃତି ଇରାନୀ

Ratnamani Moharana

Leave a Comment