News

ବିଶ୍ୱସୁନ୍ଦରୀ-୨୦୧୮ ମୁକୁଟ ବିଜୟିନୀ ହେଲେ ମେକ୍ସିକୋ ସୁନ୍ଦରୀ ଭାନେସା

miss

ମେକ୍ସିକୋ ସୁନ୍ଦରୀ ଭାନେସା ପୋନ୍ସ ଡି ଲିୟନ୍ ୨୦୧୮ ମସିହାର ମିସ୍ ୱାର୍ଲଡ ହୋଇଛନ୍ତି। ୨୦୧୭ର ମିସ ୱାର୍ଲ୍ଡ ବିଜେତା ମାନୁଷୀ ଛିଲ୍ଲର ଏହି ମୁକୁଟକୁ ନୂଆ ବିଶ୍ୱ ସୁନ୍ଦରୀଙ୍କୁ ପିନ୍ଧେଇଛନ୍ତି। ସେହିପରି ଥାଇଲାଣ୍ଡର ନିକୋଲେନ୍ ପିଶାପା ପାଷ୍ଟ ରନର୍ସ ଅପ୍ ହୋଇଛନ୍ତି।

miss

ପ୍ରଥମ ୫ ସୁନ୍ଦରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ବେଲାରୁସ୍‌ର ମାରିଆ ଭାସିଲେଭିଚ୍‌, ଜାମାଇକାର କାଡିଜା ରବିନସନ୍‌ ଏବଂ ଉଗାଣ୍ଡାର କ୍ୱିନ୍‌ ଆବେନାକ୍ୟୋ। ସୁନ୍ଦରୀ ପ୍ରତିଯୋଗିତାରେ ୧୧୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୨୬ବର୍ଷ ବୟସ୍କା ବିଶ୍ୱସୁନ୍ଦରୀ ଲିଓନ୍‌ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ‘ଏହାକୁ ମୁଁ ବିଶ୍ୱାସ କରିପାରୁ ନାହିଁ। ସମର୍ଥନ ଜଣାଇଥିବା ସମଗ୍ର ମେକ୍ସିକୋବାସୀଙ୍କର ଏହା ଶ୍ରେୟ। ଦେଶବାସୀ ଯାହା ଇଚ୍ଛା କରୁଥିଲେ ତାହା ଫଳବତୀ ହୋଇଛି। ପ୍ରତ୍ୟେକଙ୍କୁ ଧନ୍ୟବାଦ।’

ସୂଚନାଯୋଗ୍ୟ,ଏହା ପୂର୍ବରୁ ଭାରତର ୬ ଜଣ ସୁନ୍ଦରୀ ବିଶ୍ୱ ସୁନ୍ଦରୀ ଟାଇଟଲ ହାସଲ କରିସାରିଛନ୍ତି । ଏମାନେ ହେଲେ- ରାୀତା ଫାରିୟା, ଐଶର୍ଯ୍ୟା ରାୟ ବଚନ, ଡାୟନା ହେଡନ, ଯୁକ୍ତ ମୁଖୀ, ପ୍ରିୟଙ୍କା ଚୋପ୍ରା ଏବଂ ମାନୁଷୀ ଛିଲର ପ୍ରମୁଖ ।

ପଢନ୍ତୁ; ସ୍ଵାଦିଷ୍ଟ ବନ୍ଧାକୋବି ପରଟା ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

ENO Beuro

୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Ratnamani Moharana

The Odisha Government Has Decided To Open 30 New Courts To Solve Pending Cases

ENO Beuro

Leave a Comment