SPORTS

ବେଙ୍ଗାଲୁରୁକୁ ୪୬ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ!

ମୁମ୍ବାଇର ଇଣ୍ଡିଆନ୍ସର ପ୍ରଥମ ବିଜୟ!

ତିନି ଥର ପରାଜୟ ହେବା ପରେ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଦଳ ୪୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୨୧୪ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ବାଙ୍ଗାଲୋର ୨୦ ଓଭରରେ ୮ ଉଇକେଟ ହରାଇ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ ବିରାଟ କୋହଲି ଏକାକୀ ଲଢ଼େଇ କରି ୬୨ ବଲ୍‌ରୁ ୭ ଚୌକା ଓ ୪ ଛକା ସହାୟତାରେ ୯୨ ରନ କରି ଅପରାଜିତ ରହିଥିଲେ ହେଁ ଉପଯୁକ୍ତ ପାର୍ଟନର ଅଭାବରୁ ଦଳ ପରାଜୟର ମୂକସାକ୍ଷୀ ପାଲଟିଥିଲେ। ତେବେ ଏହି ଅବସରରେ କୋହଲି ଆଇପିଏଲର ସର୍ବାଧିକ ରନ ସଂଗ୍ରହକାରୀ ହୋଇଛନ୍ତି। ଏ କ୍ଷେତ୍ରରେ ସେ ସୁରେଶ ରାଇନାଙ୍କୁ ଅତିକ୍ରମ କରିଛନ୍ତି। ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା(୯୪) ଓ ଇଭିନ ଲୁଇସ(୬୫)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ୨୧୩ ରନ୍‌ ସଂଗ୍ରହ କରିଥିଲା। ବେଙ୍ଗାଲୁରୁକୁ ବିଜୟ ଲକ୍ଷ୍ୟ ପାଇଁ ୨୧୪ ରନ୍‌ ଦରକାର ଥିଲା।

ଓ୍ଵାଙ୍ଖେଡେ ଷ୍ଟାଡିୟମରେ ବିନା କୌଣସି ରନ୍‌ରେ ମୁମ୍ବାଇ ଓପନର ସୂର୍ଯ୍ୟକାନ୍ତ ଯାଦବ ଓ ଈଶାନ କିଷାନଙ୍କୁ ହରାଇବା ପରେ ଲୁଇସ ଓ ରୋହିତ ଧୈର୍ୟ୍ୟତାର ସହିତ ବ୍ୟାଟିଂ କରିଥିଲେ। ୩ୟ ଓ୍ଵିକେଟରେ ୧୦୮ ରନ୍‌ ସଂଗ୍ରହ କରିବା ପରେ ଲୁଇସ ଆଉଟ୍‌ ହୋଇଥିଲେ। ବେଙ୍ଗାଲୁରୁର ୪ର୍ଥ ଶିକାର ହୋଇଥିଲେ କୃଣାଳ ପାଣ୍ଡ୍ୟା। ସେତେବେଳକୁ ଦଳର ସ୍କୋର ୧୪୮ ରନ୍‌ ଥିଲା। ୧୭୮ ରନ୍‌ରେ ମୁମ୍ବାଇ କିରଣ ପୋଲର୍ଡଙ୍କୁ ହରାଇଥିଲା। ୨୦୭ ରନ୍‌ରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ।

ପଢନ୍ତୁ; କେଉଁ ରାଶିର ପୁଅ ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଜାଣନ୍ତୁ?

Related posts

ଧୋନୀଙ୍କ ସହ ରିଶବଙ୍କ ତୁଳନାକୁ ନାପସନ୍ଦ କଲେ ବୋଲିଂ କୋଚ ଭରତ ଅରୁଣ

Ratnamani Moharana

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

ENO Beuro

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

1 comment

Leave a Comment