News

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

ହିମାଚଳ ପ୍ରଦେଶ କାଙ୍ଗରା ନିକଟରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ମିଗ୍-୨୧। ଏଥିରେ ପାଇଲଟ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଦୁର୍ଘଟଣାରେ ରେସକ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦୁର୍ଘଟଣା ପରେ ଜଳି ଯାଇଛି ବିମାନ । ଘଟଣାସ୍ଥଳରୁ ବିମାନର ଭଗ୍ନାବେଶେଷ ଉଦ୍ଧାର କରାଯାଇଛି।

ଏହି ଜେଟଟି ପଂଜାବର ପଠାନକୋଟରୁ ସାମାନ୍ୟ ରୁଟିନ୍ ଫ୍ଲାଇଟରେ ଥିଲା । ହିମାଚଳର କାଂଗଡା ଜିଲ୍ଲାରେ ପାଖାପାଖି ଦିନ ୧.୩୦ ମିନିଟ୍ ସମୟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ଜଣାପଡି ନାହିଁ। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଘଚଣାସ୍ଥଳରେ ପହଂଚି ତଦନ୍ତ କରିଛି।

ସୂଚନାଯୋଗ୍ୟ, ମେ’ ୨୭ରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ମଧ୍ୟ ଏକ ମିଗ୍‌-୨୧ ଲଢ଼ୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଭାରତୀୟ ବାୟୁସେନାର ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ; ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

Related posts

ବଜ୍ର ନେଲା ୧୯ ଜୀବନ, ବାଲେଶ୍ଵରରେ ସର୍ବାଧିକ

ENO Beuro

Board Examination For Class X Will Be Reintroduced – Union HRD Minister Prakash Javadekar

ENO Beuro

Five Odisha Players Got Selected In Indian Women’s Hockey Team

ENO Beuro

Leave a Comment