News

ଭାରତୀୟ ବାୟୁସେନା ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ,୨ ପାଇଲଟ ମୃତ

crash

ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ

ଜମ୍ମୁକାଶ୍ମୀର ବଡଗାମ୍ ରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଗ୍ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଦୁର୍ଘଟଣାରେ ଦୁଇଜଣ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିମାନଟି ଶ୍ରୀନଗର ଏୟାରବେସରୁ ଉଡାଣ ଭରିଥିଲା । କଶ୍ମୀରରେ ବିମାନ ପାଟ୍ରୋଲିଂ ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଯାଇଥିଲେ।

ସୂଚନାଯୋଗ୍ୟ,ଗତ ଗୋଟେ ମାସ ମଧ୍ୟରେ ଭାରତର ୫ ବିମାନ କ୍ରାଶ ହୋଇଛି। ବେଙ୍ଗାଲୁରୁରେ ଏୟାର ସୋ ସମୟରେ ୨ସୂର୍ଯ୍ୟକିରଣ ବିମାନ ପରସ୍ପର ସହ ଧକ୍କା ହୋଇ କ୍ରାଶ ହୋଇଥିଲା।

ପଢନ୍ତୁ;  ପାକିସ୍ତାନ ସିନେମାଘରେ କୌଣସି ଭାରତୀୟ ଫିଲ୍ମ ପ୍ରସାରଣ ହୋଇପାରିବ ନାହିଁ: ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ

Related posts

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro

ଦିଲ୍ ଜିତିଲେ ଭାଇଜାନ, ଦୁଲିକିଲା ବାରବାଟୀ

ENO Beuro

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ENO Beuro

Leave a Comment