POLITICALS

ବିଜେପିରେ ସାମିଲ ହେବେ ଓଲିଉଡର ତାରକା ମିହିର ଦାସ ଓ ଅନୁ ଚୌଧୁରୀ

ଆଜି ବିଜେପିରେ ସାମିଲ ହେବେ ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସେମାନେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଆଗେଇ ଥିବାରୁ ବିଜେପି ପ୍ରତି ଆକର୍ଷିତ ହୋଇଥିବା କହିଛନ୍ତି ଏହି ଦୁଇ ସିନେ କଳାକାର।

ଓଲିଉଡ୍‌ର ଅଧିକାଂଶ  ଅଭିନେତା ଏବେ ବିଜେଡିରେ ଅଛନ୍ତି । ତେବେ ବିଜେପି ବି ଏଥିରେ ପଛରେ ପଡ଼ିବାକୁ ଚାହୁଁ ନାହିଁ। ପୂର୍ବରୁ ଅଭିନେତା ଶ୍ରୀତମ ଦାସ, ହରିହର ମହାପାତ୍ର, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ବିଜେପିରେ ସାମିଲ୍‌ ହୋଇ ସକ୍ରିୟ ଅଛନ୍ତି। ଏବେ ମିହିର ଦାସ ଓ ଅନୁ ଚୌଧୁରୀ ମିଶିବେ। ତେବେ ମିହିର ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ୍‌ ହୋଇଥିଲେ। ନିର୍ବାଚନରେ ଦଳ ପାଇଁ ପ୍ରଚାର ବି କରିଥିଲେ। କିନ୍ତୁ ତାହା ପର ଠାରୁ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ମିହିରଙ୍କୁ ଦେଖିବାକୁ ମିଳି ନ ଥିଲା।

ଉଭୟ ମିହିର ଓ ଅନୁ କହିଛନ୍ତି ଯେ ,ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ମିହିର କହିଛନ୍ତି ,କଳାସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କିମ୍ବା ପଦପଦବିରେ ଥିବା କଳାକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଏତେ ଦିନ ଧରି ଓଡ଼ିଶା ପଛୁଆ ରାଜ୍ୟ ରହିବା ଦୁର୍ଭାଗ୍ୟଜନକ।

ଅନ୍ୟ ପଟେ ଗତ ସପ୍ତାହରେ ବିଜେଡିର ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆସନ୍ତାକାଲି ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେବେ। ବିଜେଡିରୁ ଇସ୍ତଫା ଦେଲା ପରେ ତୃତୀୟ ମହଲାକୁ ଟାର୍ଗେଟ୍‌ କରି ମନ୍ତବ୍ୟ ଦେଇ ରମାରଞ୍ଜନ ଚର୍ଚ୍ଚାରେ ରହିଥିଲେ।

ପଢନ୍ତୁ ;

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

Related posts

ପଶ୍ଚିମବଙ୍ଗର ବିକାଶରେ ମମତା ‘ସ୍ପିଡ୍‌-ବ୍ରେକର’: ନରେନ୍ଦ୍ର ମୋଦୀ

Ratnamani Moharana

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

ପ୍ରଦୀପ ମହାରଥୀଙ୍କ ଗୁଣ୍ଡାରାଜ: ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ଆକ୍ରମଣ

Ratnamani Moharana

Leave a Comment