News

ପାକିସ୍ତାନୀ ବିବାହରେ ଗୀତ ଗାଇ ଭାରତରେ ବ୍ୟାନ ହେଲେ ମିକା ସିଂହ

Mika 750x430

ବଲିଉଡ୍‌ ସିଙ୍ଗର ମିକା ସିଂହ ପାକିସ୍ତାନର ଏକ ବିବାହରେ ଗୀତ ଗାଇ ବିବାଦରେ ପଡିଛନ୍ତି । ପଞ୍ଜାବୀ ପପ୍ ଗାୟକ ମିକା ସିଂହଙ୍କୁ ପାକିସ୍ତାନରେ ସଂଗୀତ ପରିବେଷଣ କରିବା ମହଙ୍ଗା ପଡିଛି । ପାକିସ୍ତାନରେ ଗୀତ ଗାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଭାରତରେ ଖୁବ୍ ଆଲୋଚନା, ସମାଲୋଚନା ହୋଇଛି । ଏଥିପାଇଁ ଅଲ୍ ଇଣ୍ଡିଆ ସିନେ ୱାର୍କସ୍ ଆସୋସିଏସନ୍  ପକ୍ଷରୁ ମିକାଙ୍କ ଉପରେ ବ୍ୟାନ୍ ଲଗାଯାଇଛି ।ଏଆଇସିଡବ୍ଲୁଏ (ଆଲ୍‌ ଇଣ୍ଡିଆ ସିନେ ଆଓ୍ଵାର୍ଡ) ମିକା ସିଂହଙ୍କୁ ବ୍ୟାନ୍‌ କରି ଦେଇଥିବା ଏଏନ୍‌ଆଇ ଟୁଇଟର ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି।

Capture

ଏଆଇସିଡବ୍ଲୁଏର ପ୍ରେସିଡେଣ୍ଟ ସୁରେଶ ଶ୍ୟାମଲାଲ ଗୁପ୍ତା  ମଙ୍ଗଳବାର କହିଥିଲେ କି, ଏଆଇସିଡବ୍ଲୁଏ ଏହି କଥାର ଧ୍ୟାନ ରଖିବେ କି ମିକା ସିଂହଙ୍କ ସହିତ ଭାରତରେ କେହି ବି କାମ କରିବେ ନାହିଁ। ଯଦି ଏପରି କେହି କରିବେ ତେବେ ଆଇନର ସାମ୍ନା କରିବାକୁ ପଡ଼ିବ। ସେ ଆଗକୁ କହିଛନ୍ତି, ଦୁଇଦେଶ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ପରିସ୍ଥିତିରେ ମିକା ସିଂହ ଦେଶର ସମ୍ମାନ ଆଗରେ ନିଜ ପେସାକୁ ରଖିଛନ୍ତି।

ସୂଚନାମୁତାବକ, ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ନିକଟରେ ପାକିସ୍ତାନ କରାଚିରେ ପରଭେଜ୍‌ ମୁସାରଫଙ୍କ ସମ୍ପର୍କୀୟଙ୍କ ବିବାହରେ ସୋ’ କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମିକା ସିଂହଙ୍କୁ ଟ୍ରୋଲ ବି କରିଥିଲେ। ଭିଡିଓରେ ମିକାଙ୍କୁ ଗୀତ ଗାଇବା ସହ ଅତିଥିଙ୍କ ସହ ନାଚୁଥିବାର ମଧ୍ୟ ଦେଖାଯାଉଛି । ଏହି ଭିଡିଓ କାରଣରୁ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ତର୍କବିତର୍କ ଦେଖିବାକୁ ମିଳୁଛି ।

ପଢନ୍ତୁ: ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି କହି ଚର୍ଚ୍ଚାରେ ବରିଷ୍ଠ ଅଧିକାରୀ

Related posts

ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ

ENO Beuro

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ENO Beuro

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ

ENO Beuro

Leave a Comment