Entertainment SPORTS

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

mikha

‘ଆସ କରିବା ବୋବାଲ, ଓଡ଼ିଶା ନାଁ ହେବ ଗ୍ଲୋବାଲ’

ହକି ୱାଲ୍ଡ କପ୍ ୨୦୧୮ ପୋଷ୍ଟ କରିଛି ଏହାର ପ୍ରିମିୟର ଗୀତ। ଏହି ଗୀତଟିକୁ ପ୍ରଖ୍ୟାତ ଯୁବ କଣ୍ଠଶିଳ୍ପୀ ମିକା ସିଂହ । ଏବଂ ସଂପୂର୍ଣ୍ଣ ଗୀତର ବୋଲ ରହିଛି ଓଡ଼ିଆ। ଗୀତରେ ଓଡ଼ିଶାର ବିଭିନ୍ନ ସ୍ଥାନ ଦେଖାଯାଇଥିବା ବେଳେ ରାଷ୍ଟ୍ରୀୟ ଖେଳ ହକିକୁ ନେଇ ରାଜ୍ଯବାସୀଙ୍କ ମନରେ ଭରି ରହିଥିବା ଉତ୍ସାହକୁ ଦେଖାଯାଇଛି। ଗୀତକୁ ଶେୟାର କରାଯାଇ ଏକ ଟ୍ବିଟ କରାଯାଇଛି ଏବଂ ଏଥିରେ ଲେଖାଯାଇଛି ସବୁ ୱାଲ୍ଡ କପ ପାଇଁ ଦରକାର ଏକ ଗୀତ।

mikha

ଏହି ଗୀତଟି ହେଉଛି , “ଆସ କରିବା ବୋବାଲ,ଓଡିଶା ନାଁ ହେବ ଗ୍ଲୋବାଲ୍”। ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସବୁ ଏହି ଭିଡିଓରେ ନାଚି ଗାଉଥିବାର ଦେଖିବାକୁ ମିଳୁଛି । ଓଡିଶାର ପ୍ରତିଷ୍ଠିତ ନୃତ୍ୟୁ ଓଡିଶୀ ଏବଂ ସମ୍ବଲପୁରୀର ଛାପ ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବଂ ଭାରତୀୟ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଦେଖାଯାଉଛି ।

ସୂଚନାଯୋଗ୍ୟ,ହକି ବିଶ୍ୱକପକୁ ଆଉ ଅଳ୍ପ ଦିନ ରହିଲା । ଏନେଇ ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରସୋରରେ ପ୍ରସ୍ତୁତ ଚାଲିଛି । ଭାରତୀୟ ହକି ଦଳ ଏଠାରେ ଅଭ୍ୟାସ ବି ଚଳାଇଛି । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଟିମ୍‌ ଇଣ୍ଡିଆ ଖୁବ ଶକ୍ତିଶାଳୀ ହୋଇଛି । ବିରୋଧୀ ଟିମକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ଭାରତ ।

ପଢନ୍ତୁ; ୧୬ରୁ ଯୁକ୍ତ ଦୁଇ ରେଗୁଲାର ଫର୍ମ ପୂରଣ,ବଦଳିବନି ପ୍ରଶ୍ନ ପାଟର୍ନ

Related posts

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

ENO Beuro

ଗର୍ଲଫ୍ରେଣ୍ଡଙ୍କ ସାନଭଉଣୀଙ୍କ ସହ ନଜର ଆସିବେ ସୁଶାନ୍ତ ସିଂହ ରାଜ୍‌ପୁତ୍‌

ENO Beuro

ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନର ଆୟ ୬.୮୨କୋଟି

ENO Beuro

Leave a Comment