Entertainment

୨୫ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ଙ୍କୁ ବିଭାହ କଲେ ମିଲିନ୍ଦ ସୋମନ୍‌ !

ବିବାହ ବନ୍ଧନରେ ଆବଦ୍ଧ ହେଲେ ମିଲିନ୍ଦ୍-ଅଙ୍କିତା

ଅଭିନେତା ଓ ମଡେଲ ମିଲନ୍ଦ ସୋମନ୍‌ ରବିବାର ତାଙ୍କଠାରୁ ୨୫ ବର୍ଷ ସାନ ଗାର୍ଲଫ୍ରେଣ୍ଡ୍‌ ଅଙ୍କିତା କୁଓ୍ବଁରଙ୍କୁ ବିବାହ କରିଛନ୍ତି । ଅଙ୍କିତାଙ୍କ ବୟସ ଏବେ ୨୭ ବର୍ଷ ଏବଂ ମିଲନ୍ଦଙ୍କ ବୟସ ୫୨ ବର୍ଷ । ଏହି ବହୁଚର୍ଚ୍ଚିତ ବିବାହକୁ ନେଇ ରବିବାର ଦିନ ତମାମ ବଲିଉଡ୍‌ରେ ଗହଳ ଚହଳ ଲାଗିରହିଛି । ଏଥିପାଇଁ ବେଶ ରାଜକୀୟ ସାଜସଜ୍ଜା ଚାଲିଥିଲା ଆଲିବାଗରେ । ସେହି ସାଜସଜ୍ଜାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରେମୀ ଯୁଗଳ ବର୍ଷାଧିକ ସମୟ ଧରି ଲିଭ ଇନରେ ଥିଲେ ।

କିଛି ଦିନ ତଳେ ଏହି ପ୍ରେମୀଯୁଗଳଙ୍କ ସଂପର୍କରେ ଏକ ରୋମାଞ୍ଚକର ଖବର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଥିଲା । ତାହା ହେଲା ଯେ ମିଲିନ୍ଦଙ୍କୁ ଛାଡ଼ି ପ୍ରେମିକା ଅଙ୍କିତା ଛୁ ମନ୍ତର୍ ହୋଇଯାଇଥିଲେ । ଏଭଳି କାହିଁକି କଲେ ଅଙ୍କିତା? ଏ ସଂପର୍କରେ ଅନୁସନ୍ଧାନ କରାଯିବା ପରେ ଜଣାଯାଇଥିଲା ଯେ,ଅଙ୍କିତା ପଇସା ପାଇଁ ଏଭଳି କରିଛନ୍ତି ।

ଅଙ୍କିତା ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଥିଲେ । ତାଙ୍କୁ ଦରମା ବାବଦରେ ମାସିକ ୨୬ ହଜାର ଟଙ୍କା ମିଳୁଥିଲା । ତେବେ ସେ ଅବସର ସମୟରେ ମୋବାଇଲରେ ଅନଲାଇନ୍ କସିନୋ ଖେଳୁଥିଲେ । ଏଥିରେ ତାଙ୍କୁ ୮ ଲକ୍ଷ ଯଙ୍କା ୭୩ ହଜାର ୯୮୨ଟଙ୍କା ମିଳିଗଲା । ଏହାପରେ ଅଙ୍କିତା ସେହି ଟଙ୍କାରେ ନିଜ ପରିବାରର ସହାୟତା କରିବାକୁ ଏବଂ ଭ୍ରମଣ କରିବା ଚାହାଁନ୍ତି ବୋଲି କୁହାଗଲା । ସେ କହିଥିଲେ ଯେ, ବୟସ କମ୍ ହୋଇଥିବାରୁ ଏବେ ସେ ବାହା ହେବେ ନାହିଁ । ଏକଥାକୁ ମିଲିନ୍ଦ ନିଶ୍ଚିତ ଭାବେ ବୁଝିବେ।

କିନ୍ତୁ ଏବେ ଏହା ଗୁଜବ ଥିଲା ବୋଲି ଜଣାଯାଇଛି । ଅଙ୍କିତାଙ୍କର ଏହା ପ୍ରଥମ ବିବାହ ହୋଇଥିବା ବେଳେ ମିଲିନ୍ଦଙ୍କର ଏହା ଦ୍ୱିତୀୟ ବିବାହ । ଏବେ ଏହି ଯୋଡିଙ୍କ ହଳଦୀ ରସମର ଫଟୋ ଇଣ୍ଟରନେଟରେ ଚହଳ ମଚାଇ ଦେଇଛି  । ସେମାନେ ବିବାହ କରିବେ ବୋଲି ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଥିଲା । ତେବେ କେବେ ଏହା ହେବ ସେନେଇ ନାନା କଳ୍ପନାଜଳ୍ପନା ଲାଗିରହିଥିଲା ।

୨୫ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ଙ୍କୁ ବିଭାହ କଲେ ମିଲିନ୍ଦ ସୋମନ୍‌ ! Ankita and miland

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ ଅଶୁଭ ସଙ୍କେତ ଦିଏ ବୁଢ଼ିଆଣୀ ଜାଲ !

Related posts

ଚର୍ଚ୍ଚିତ ଯୋଡି ମିଲିନ୍ଦ୍ ଓ ଅଙ୍କିତାଙ୍କ ନିର୍ବନ୍ଧ ଫଟୋ ଭାଇରାଲ୍

ENO Beuro

‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡିଆ ଚଳଚିତ୍ର !

ENO Beuro

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More