EnewsOdia.Com

ବାଗଦାଦି ନିପାତ ଅପରେସନରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର

ଅବୁ ବକର ଅଲ୍ ବାଗଦାଦୀକୁ ଶିକାର ପାଇଁ ନିୟୋଜିତ ହୋଇଥିବା ଆମେରିକାର ସେନା କୁକୁର ଏବେ ପୁରା ବିଶ୍ୱରେ ହିରୋ ପାଲଟି ଯାଇଛି । ବାଗ୍‌ଦାଦି ଅପରେସନ୍ ବେଳେ ଆହତ ହୋଇଥିଲା । ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛି । ବାଗ୍‌ଦାଦି ଆତ୍ମଗୋପନ କରିଥିବା ଟନେଲକୁ ଆମେରିକାର ଏହି ଶିକାରୀ କୁକୁର ପ୍ରବେଶ କରିଥିଲା । ଅନ୍ଧାର ଟନେଲ ଭିତରେ ବାଗ୍‌ଦାଦିକୁ ଧରିବାକୁ ଦୌଡ଼ିଥିଲା କୁକୁର । ବାଗ୍‌ଦାଦି ମଧ୍ୟ କୁକୁରକୁ ଦେଖି ଦୌଡ଼ିବାକୁ ଲାଗିଥିଲା । ହେଲେ ଟନେଲର ଶେଷ ଯାଏ ଯିବା ପରେ ବାଗ୍‌ଦାଦି ଅଟକି ଯାଇଥିଲା । କୁକୁର ଓ ପଛେ ପଛେ ଯାଉଥିବା କମାଣ୍ଡୋ ବାଗ୍‌ଦାଦି ପାଖରେ ପହଞ୍ଚିଥିଲେ । କିଛି ଉପାୟ ନପାଇ ବାଗ୍‌ଦାଦି ଚିତ୍କାର କରିଥିଲା । ଶେଷରେ ନିଜେ ପିନ୍ଧିଥିବା ଆତ୍ମଘାତୀ ବେଲ୍ଟରେ ନିଜକୁ ଉଡାଇ ଦେଇଥିଲା । ଏ

ଏହି ବିସ୍ଫୋରଣରେ ଆମେରିକାର ଶିକାରୀ କୁକୁର ଆହତ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏହି କୁକୁରକୁ ବେଶ୍ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଟ୍ଵିଟ୍ କରି ଏହି କୁକୁରର ଫଟୋ ଜାରି କରିଛନ୍ତି । ଏହି ଅଦ୍ଭୁଦ କୁକୁର ସାହାଯ୍ୟରେ ବାଗ୍‌ଦାଦି ମରିବାରେ ସହଜ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି ।

ପଢନ୍ତୁ: ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

ସମ୍ବନ୍ଧିତ ଖବର

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

Ratnamani Maharana

ଚାନ୍ଦବାଲିରୁ ଉଦ୍ଧାର ହେଲା ‘ବ୍ଲାକ୍ ଡାଇମଣ୍ଡ’

Ratnamani Maharana

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana