Loading...

ପୁଣି କ୍ଷୀର-ଦହିର ଦାମ ବଢାଇବାକୁ ଯାଉଛି ମଦର ଡାଏରୀ

ପୁଣି କ୍ଷୀର-ଦହିର ଦାମ ବଢାଇବାକୁ ଯାଉଛି ମଦର ଡାଏରୀ

ଦରବୃଦ୍ଧି ମଧ୍ୟରେ ପୁଣି ଥରେ କ୍ଷୀର-ଦହି ଦାମ ବଢିବାର ସମ୍ଭାବନା ଅଧିକ ରହିଛି। ଦୁଗ୍ଧଜାତୀୟ ଉତ୍ପାଦର ବ୍ୟବସାୟ କରୁଥିବା କମ୍ପାନୀ ମଦର ଡାଏରୀ ଆଗାମୀ କିଛି ମାସରେ କ୍ଷୀର-ଦହିର ଦାମ ବଢାଇ ପାରେ।

ଦରବୃଦ୍ଧି ମଧ୍ୟରେ ପୁଣି ଥରେ କ୍ଷୀର-ଦହି ଦାମ ବଢିବାର ସମ୍ଭାବନା ଅଧିକ ରହିଛି। ଦୁଗ୍ଧଜାତୀୟ ଉତ୍ପାଦର  ବ୍ୟବସାୟ କରୁଥିବା କମ୍ପାନୀ ମଦର ଡାଏରୀ ଆଗାମୀ କିଛି ମାସରେ କ୍ଷୀର-ଦହିର ଦାମ ବଢାଇ ପାରେ। ଏହାର ସଙ୍କେତ ଦେଇଛନ୍ତି କମ୍ପାନୀର ଅଧିକାରୀ। ମଦର ଡାଏରୀ ଆଶା କରିଛି ଯେ, ଚଳିତ ଆର୍ଥିକ ବର୍ଷରେ କମ୍ପାନିର ବିକ୍ରିରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ଚଳିତ ବର୍ଷ  ବାର୍ଷିକ ଆୟ ୧୫୦୦୦ କୋଟି ଛୁଇଁପାରେ। ମଦର ଡାଏରୀ କ୍ଷୀର ଏବଂ ଦୁଗ୍ଧଜାତୀୟ ଉତ୍ପାଦ ବ୍ୟତୀତ ଫଳ ଏବଂ ପରିବାର କାରବାର କରିଥାଏ।

ସୂଚନାଯୋଗ୍ୟ, ନିକଟରେ  ମଦର ଡାଏରୀ କଞ୍ଚାମାଲର ଦାମ ବୃଦ୍ଧିର କାରଣ ଦର୍ଶାଇ କ୍ଷୀର-ଦହିର ମୂଲ୍ୟ ବୃଦ୍ଧି କରିଥିଲା। ଡିଜେଲ୍ ଦାମ ବଢିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି। ତେଣୁ ଦାମ ବଢାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କମ୍ପାନି କହିଥିଲା।  ଦରଦାମ ବୃଦ୍ଧିର ଫାଇଦା ଚାଷୀଙ୍କୁ ମଧ୍ୟ ମିଳିଥାଏ ବୋଲି ଅଧିକାରୀ କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.