ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

ମହାରାଷ୍ଟ୍ରର କୋହ୍ଲାପୁରରେ ବସ୍‌ ଦୁର୍ଘଟଣା

ମହାରାଷ୍ଟ୍ରର କୋହ୍ଲାପୁରରେ ୧୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଯାତ୍ରୀ ବସ ପଞ୍ଚଗଙ୍ଗା ନଦୀକୁ ଖସି ପଡ଼ିଛି । ପଶ୍ଚିମ ମହରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରେ ଥିବା ଶିବାଜୀ ପୋଲରେ ଘଟିଥିବା ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩ଜଣ ବ୍ୟକ୍ତି ଗୁରୁତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟରୁ ପ୍ରକାଶ ପାଇଛି । ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକମାନଙ୍କ ମଧ୍ୟରେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କୋହ୍ଲାପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତୀର୍ଥ ଯାତ୍ରୀମାନେ ଭଗବାନ ଗଣେଶକୁ ଦର୍ଶନ କରି ଫେରୁଥିଲେ ।କୌଣସି କାରଣରୁ ଡ୍ରାଇଭର୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ପୋଲ ଉପରୁ ପଞ୍ଚଗଙ୍ଗା ନଦୀକୁ ଖସି ପଡ଼ିଥିଲା। ଡ୍ରାଇଭର୍‌ ମଦ୍ୟପାନ କରିଥିଲେ ବୋଲି ଶୁଣିବାକୁ ମିଳୁଛି। ବସ୍‌ରେ ସମୁଦାୟ ୧୭ ଜଣ ଲୋକ ଯାଉଥିଲେ।  ଉଦ୍ଧାରକାର୍ଯ୍ୟରେ ସ୍ଥାନୀୟ ଲୋକ ସହାୟତା କରିଥିଲେ।

କୋହ୍ଲାପୁର ପୁଲିସ କହିବା ଅନୁସାରେ, ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଶିବାଜୀ ପୋଲ ଉପରେ ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନଙ୍କୁ ନେଇ କୋଙ୍କଣ ଅଞ୍ଚଳର ଗଣପତ୍ତିପୁଡ଼ୀ ଗାଁ’ରୁ ପୁଣେ ଆଡ଼କୁ ଯାଉଥିବା ବସ୍‌ଟି ପ୍ରାୟ ପୋଲ ଉପରୁ ୪୫ ଫୁଟ୍‌ ତଳେ ପ୍ରବାହିତ ନଦୀକୁ ଖସି ପଡ଼ିଥିଲା। ଯାତ୍ରୀମାନେ ପୁଣେ ଯିବା ବାଟରେ କୋହ୍ଲାପୁରସ୍ଥିତ ମହାଲକ୍ଷ୍ମୀ ମନ୍ଦିର ଦର୍ଶନ କରିବାକୁ ଯୋଜନା କରିଥିଲେ।

ଦୁର୍ଘଟଣାସ୍ଥଳରେ ଥିବା ଜଣେ ବ୍ୟକ୍ତି ବସ୍‌ ନଦୀରେ ଖସି ପଡ଼ିବା କଥା ପୁଲିସକୁ ଜଣାଇଥିଲେ। ତେଣୁ ପୁଲିସ ଓ ଦମକଳ ବାହିନୀ ଘଟନାସ୍ଥଳରେ ପହଞ୍ଚି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ।

ପଢନ୍ତୁ ;

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ

ତୀର୍ଥ ଯାତ୍ରୀମାନେ ଭଗବାନ ଗଣେଶକୁ ଦର୍ଶନ କରି ଫେରୁଥିଲେ - 4.4

88%

ବସ୍‌ରେ ସମୁଦାୟ ୧୭ ଜଣ ଲୋକ ଯାଉଥିଲେ। - 3.8

76%
4.1/5

Very Good!

ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

ମହାରାଷ୍ଟ୍ରର କୋହ୍ଲାପୁରରେ ୧୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଯାତ୍ରୀ ବସ ପଞ୍ଚଗଙ୍ଗା ନଦୀକୁ ଖସି ପଡ଼ିଛି । ପଶ୍ଚିମ ମହରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରେ ଥିବା ଶିବାଜୀ ପୋଲରେ ଘଟିଥିବା ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩ଜଣ ବ୍ୟକ୍ତି ଗୁରୁତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟରୁ ପ୍ରକାଶ ପାଇଛି । ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

No Votes Yet

You're not rated yet