POLITICALS

ବିଧାନସଭାରେ ଉଠିଲା କଲେଜ, ୟୁନିଭର୍ସିଟିରେ ମୋବାଇଲ ମନା ପ୍ରସଙ୍ଗ

67404574 410871169532399 2841643907421306880 N

କଲେଜ କ୍ଲାସରୁମକୁ କେବେ ହେବ ମୋବାଇଲ ମନା ? ଶ୍ରେଣୀ ଗୃହରେ କେବେ ଠାରୁ ମୋବାଇ ବ୍ୟାନ  ହେବ? ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଶ୍ରେଣୀ ଗୃହରେ ମୋବାଇଲ ମନା କେବେ ଠାରୁ ଲାଗୁ ହେବ ? ସରକାର ଦେଇଥିବା ଏ ପ୍ରସ୍ତାବ ଉପରେ କିଛି ପଦକ୍ଷେପ ନେଲେଣି କି? ପ୍ରସ୍ତାବ ଉପରେ କାର୍ଯ୍ୟକାରିତା କେତେ ବାଟ ଗଲାଣି? ଏଭଳି କିଛି ପ୍ରଶ୍ନ ଆଜି ଶୁଣିବାକୁ ମିଳିଥିଲା ବିଧାନସଭା ଗୃହରେ। ଏହି ପ୍ରଶ୍ନ କରିଥିଲେ  ବିଧାୟକ ବ୍ୟୋମକେଶ ରାୟ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ ବ୍ୟୋମକେଶ ।

ଏଭଳି ଏକ ଗମ୍ଭୀର ପ୍ରଶ୍ନର ନିରାଶ ଭରା ଉତ୍ତର ଦେଇଛନ୍ତି ମନ୍ତ୍ରୀ । କଲେଜ, ୟୁନିଭର୍ସିଟିର କ୍ଲାସରୁମରେ ମୋବାଇଲ ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ସରକାର କିଛି ଭାବି ନାହାନ୍ତି । ବର୍ତ୍ତମାନ ସୁଦ୍ଧା ସେ ବାବଦରେ ସରକାର କିଛି ଚିନ୍ତା କରୁନଥିବା କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।ମୋବାଇଲ ବ୍ୟାନ କଥା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିଧାନସଭା ଭିତରକୁ ଆସିଲେ ବିଧାୟକମାନେ ମୋବାଇଲ ବନ୍ଦ କରି ଆସିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

ପଢନ୍ତୁ: ଜେଲ୍‌ରୁ ମୁକୁଳିବା ଖୁସିରେ ଖାଲି ପେଟରେ ଧ୍ୟାନ ମୁଦ୍ରାରେ ମାନ୍ୟବର

Related posts

ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

Ratnamani Moharana

ଆଳୁକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ ମହାରଥୀ ଓ ନିରଞ୍ଜନ ପୂଜାରୀ

Ratnamani Moharana

ଆଜି ହେବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

Ratnamani Moharana

Leave a Comment