ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ଶନି ସିଙ୍ଗନାପୁରର ଏକ ଶନି ମନ୍ଦିରରେ ୧କୋଟି ମୂଲ୍ୟର ସୁନା କଳସ ଦାନକୁ ନେଇ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ସମ୍ବଲପୁର ଖିଣ୍ଡା ଗ୍ରାମକୁ ଆସିଥିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ତଥା ସେମାନଙ୍କ ସେବା ପାଇଁ ନିଜକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରିବାକୁ ଶନିଦେବଙ୍କୁ ସେ ପ୍ରାର୍ଥନା କରିଥିବା କହିଛନ୍ତି ।
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ଶନି ସିଙ୍ଗନାପୁରର ଏକ ଶନି ମନ୍ଦିରରେ ୧କୋଟି ମୂଲ୍ୟର ସୁନା କଳସ ଦାନକୁ ନେଇ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ସମ୍ବଲପୁର ଖିଣ୍ଡା ଗ୍ରାମକୁ ଆସିଥିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ତଥା ସେମାନଙ୍କ ସେବା ପାଇଁ ନିଜକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରିବାକୁ ଶନିଦେବଙ୍କୁ ସେ ପ୍ରାର୍ଥନା କରିଥିବା କହିଛନ୍ତି । ଶନିବାର ତ୍ରିବେଣୀ ଅମାବାସ୍ୟା ଅବସରରେ ଦେଶର ପ୍ରମୁଖ ଶନିପୀଠ ମହାରାଷ୍ଟ୍ରର ଶନି ସିଙ୍ଗନାପୁରର ଶନି ପୀଠରେ ସେ ପ୍ରାର୍ଥନା କରିବାକୁ ଯାଇଥିଲେ । ସେଠାରେ ସେ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଶନିଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ । ତେବେ ଏହି ପୀଠରେ ବଡ଼ ବଡ଼ ନେତା ମନ୍ତ୍ରୀ ଶନିବାର ଦିନ ଦାନ ଦକ୍ଷିଣା କରୁଥିବା ବେଳେ ସେ ମଧ୍ୟ ୧୦ ଲକ୍ଷ ଟଙ୍କା ଦାନ କରିଥିବା ସୂଚନା ଦେଇଛନ୍ତି । ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ରେଙ୍ଗାଲି ବ୍ଳକ ଖିଣ୍ଡାକୁ ଆସିଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି ନବ ।
ମନ୍ତ୍ରୀ ନବ ଦାସ ମନ୍ଦିରରେ ସୁନା କଳସ ଦାନ କରିବା ପରେ ନିଜ ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ମାତ୍ର ତାଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିବା ପରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଏହି କଳସ ତିଆରିରେ ୭୦୦ ଗ୍ରାମ ସୁନା ଓ ୫କେଜି ରୂପା ବ୍ୟବହୃତ ହୋଇଛି । ନବ ଦାସଙ୍କ ଏହି ଦାନ ଆଜି ପର୍ଯ୍ୟନ୍ତ ମନ୍ଦିରକୁ ମିଳିଥିବା ସବୁଠୁ ବଡ଼ ଦାନ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି ।
ସୂଚନା ଥାଉ କି ଗତ ଶନିବାର ଶନି ଅମାବାସ୍ୟା ଥିଲା । ଏହି ଦିନଟି ଶନିଦେବଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ବଡ ପର୍ବ । ପ୍ରାୟ ୨୦ ବର୍ଷ ପରେ ପୌଷ ମାସ ଶନିବାରରେ ଏହି ପୌଷ ଶନି ଅମାବାସ୍ୟା ପଡିଥିଲା । ଏପରି ଏକ ଦୁର୍ଲ୍ଲଭ ଦିନରେ ପ୍ରଭୁ ଶନିଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରର ପ୍ରମୁଖ ଶନି ପୀଠ ଶିଙ୍ଗଣାପୁରରେ ଜମିଥିଲା ପ୍ରବଳ ଭିଡ଼ । ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ରବିବାର ସକାଳ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଜନସାମାଗମ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ନବ ଦାସଙ୍କ ପରିବାର ମଧ୍ୟ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଏବଂ ଶନିଦେବଙ୍କୁ ୧ କୋଟି ଟଙ୍କାର ସୁବର୍ଣ୍ଣ କଳସ ଅର୍ପଣ କରିଥିଲେ । ଏହାସହିତ ସେ ନିଜର ନାମ ଗୋପନ ରଖିବାକୁ ଶନି ଶିଙ୍ଗଣାପୁର ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ଏବେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।