EnewsOdia.Com

ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ?

କଳାଧନ କାରବାର ରୋକିବାକୁ ଏବଂ ଡିଜିଟାଲ୍ ପେମେଣ୍ଟକୁ ବଢାଇବା ପାଇଁ ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରାୟନର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିଲା । ଆଉ ଏହା ସହ ଜାରି କରାଯାଇଥିଲା ଗୋଲାପୀ ରଙ୍ଗର ନୂଆ ୨୦୦୦ ଟଙ୍କିଆ ନୋଟ୍ ।ତେବେ ସୋସିଆଲ ମିଡିଆରେ ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ଠାରୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବାନେଇ ଖବର ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଖବରରେ କୁହାଯାଉଛି, ଦୁଇ ହଜାର ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ । ଏବଂ ଏହା ବଦଳରେ ପୁଣି ଥରେ ୧୦୦୦ ଟଙ୍କିଆ ନୋଟ୍ ଜାରି କରାଯାଇପାରେ ।

ସୂଚନାଯୋଗ୍ୟ, ଏହି ମାମଲା ଏବେ ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବାର କୌଣସି ଯୋଜନା ନାହିଁ । ଏବଂ ସୋସିଆଲ୍ ମିଡିଆରେ ଏସମ୍ବନ୍ଧିତ ଭାଇରାଲ ଖବରକୁ ସେ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି, ଏବେ ବଜାରରେ ଯେମିତି ୨୦୦୦ ଟଙ୍କିଆ ନୋଟ୍ ଚାଲିଛି, ଆଗକୁ ମଧ୍ୟ ସେମିତି ଜାରି ରହିବ ।ଅନୁରାଗ ଠାକୁରଙ୍କ ଏପରି ବୟାନ ପରେ ସ୍ପଷ୍ଟ ହୋଇଯାଇଛି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ଗୁଜବ ଅଟେ । ଆଉ ଏବେ ନା ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବ ନା ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବ ।

ପଢନ୍ତୁ: ଦିଲ୍ଲୀରେ ପ୍ରବଳ ବର୍ଷା ସହ ପଡ଼ିଲା କୁଆପଥର

ସମ୍ବନ୍ଧିତ ଖବର

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana

ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ

Ratnamani Maharana

ଭିକାରି ମୁକ୍ତ ହେବ ଶ୍ରୀକ୍ଷେତ୍ର, ଆରମ୍ଭ ହେବ ‘ନୀଳାଦ୍ରି ନୀଳୟ’ ଯୋଜନା

Ratnamani Maharana

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

ବାହାରେ ମଳ ତ୍ୟାଗ କରିବାରୁ ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

Ratnamani Maharana