News

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଆଜିର ଦୁନିଆରେ ସୋସିଆଲ ମିଡିଆ ଯେତିକି ଭଲ ସେତିକି ଖରାପ । ମନ୍ଦବୁଦ୍ଧିର ମଣିଷ ମାନେ ହିଁ ଏହାର ଉପୋଯୋଗ ବଦଳରେ ଦୁରୋପଯୋଗ କରୁଛନ୍ତି । ସେଥିପାଇଁ ଏହି କିଛିଦିନ ହେଲାଣି ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେଣୁ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ଓ ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ପଦକ୍ଷେପ ନିଆଯିବ ।

ବାରିପଦାରେ ୨ ଦିନରେ ୨ଟି ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ପୀଡିତା ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ସେହିପରି କେନ୍ଦୁଝରରେ ମଧ୍ୟ କିଛି ଅସାମାଜିକ ଯୁବକ ଯୁବତୀଙ୍କ ଭିଡିଓ ସୁଟ୍ କରି ଇଂଟରନେଟରେ ଛାଡି ଦେଇଛନ୍ତି । ଆଉ ତାହାର ପରିଣାମ ଭୋଗୁଛନ୍ତି ଯୁବତୀ ଓ ତାଙ୍କ ପରିବାର । ଏଥିପାଇଁ ନିଶ୍ଚୟ ପଦକ୍ଷେପ ନେବା ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବା ଦରକାର ।

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ   ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ପଢନ୍ତୁ, ସୁଶୀଲ କୁମାର – ନାସନାଲ ରେସଲିଙ୍ଗରେ ମାତ୍ର ୧ ମିନଟି ୩୩ ସେକେଣ୍ଡ ଲଢି ସ୍ଵର୍ଣ୍ଣପଦକ ଜିତିଲେ

Related posts

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

Krishna Kumar Manoj

ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ

Krishna Kumar Manoj

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More