EnewsOdia.Com

ଭାରତ ବନ୍ଦକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମର୍ଥନ

ଆସନ୍ତାକାଲି ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ କରୁଛି ବୋଲି ଶ୍ରମିକ ସଙ୍ଗଠନ ସିଟୁର ସାଧାରଣ ସମ୍ପାଦକ ତପନ ସେନ କହିଛନ୍ତି । ଦେଶର ଆର୍ଥିକ ସ୍ଥିତି ଖରାପ ହୋଇପଡ଼ିଛି ଏବଂ ଏଥିପାଇଁ କେନ୍ଦ୍ର ସରକରଙ୍କ ନୀତି ଦାୟୀ । ଏହା ସହ ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ଏବଂ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ।

ମିଳିଥିବା ସୂଚନାଅନୁସାରେ , ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକିୟା ମିଳିଛି । ବନ୍ଦକୁ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି । ଦରଦାମ ଓ ବେକାରୀ ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ଅସଫଳ ହୋଇଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଆକ୍ଷେପ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି , ସବ୍‌କା ସାଥ୍ ସବ୍‌କା ବିକାଶ ଆହ୍ବାନ ନାରା ନେଇ କ୍ଷମତାକୁ ଆସିଥିଲେ କେନ୍ଦ୍ର ସରକାର। କିନ୍ତୁ ବର୍ତ୍ତମାନ ସବ୍‌କା ବିନାଶ ସ୍ଥିତି ଉପୁଜିଲାଣି ବୋଲି ଗଣମାଧ୍ୟମରେ କହିଛନ୍ତି । ସେହିପରି ଭାରତ ବନ୍ଦ ଡାକରାକୁ ଗତକାଲି ରାଜ୍ୟ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଥିଲା ।

ପଢନ୍ତୁ: ୱାଇଫାଇ ସହ ଯୋଡି ହେବାକୁ ଯାଉଛି ବିଧାନସଭା

ସମ୍ବନ୍ଧିତ ଖବର

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସମଗ୍ର ବିଶ୍ବ ପାଇଁ ଉଦାହରଣ

Ratnamani Maharana

ପାକ୍‌ ଅଧିକୃତ କାଶ୍ମୀର ଆମର ବୋଲି କହିଲେ ସେନାମୁଖ୍ୟ

Ratnamani Maharana

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ

Ratnamani Maharana

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

Ratnamani Maharana

ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ

Ratnamani Maharana