ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଯଥା ସମୟରେ ହେବ। ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାର ଆବଶ୍ୟକତା ପଡ଼ି ନପାରେ।
ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଯଥା ସମୟରେ ହେବ। ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାର ଆବଶ୍ୟକତା ପଡ଼ି ନପାରେ। ଆଜି ସାମ୍ବାଦିକମାନଙ୍କୁ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ସେ କହିଛନ୍ତି, ଗତ କିଛି ଦିନର ସ୍ଥିତିକୁ ଲକ୍ଷ୍ୟ କଲେ, ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଛି।ଏଣୁ ଦଶମ ଓ ଦ୍ୱାଦଶ ପରୀକ୍ଷା କରିବାକୁ ଆମେ ଚହୁଁଛୁ।ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍ଟ ବାହାର କରିବା ନେଇ ବିଭାଗ ଆଶାବାଦୀ ଅଛି। ମାଟ୍ରିକର ସମ୍ମେଟିଭ୍ ଆସେସ୍ମେଣ୍ଟ (ଏସ୍ଏ-୧) ପରୀକ୍ଷା ଶେଷ ହେଇଛି । ବିଶେଷ ପରିସ୍ଥିତିରେ ହୁଏତ ଏହି ନିଷ୍ପତ୍ତି ବଦଳିପାରେ। କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ (ଏସ୍ଏ-୧) ପରୀକ୍ଷା ଶେଷ ହୋଇଛି। ଅନ୍ତିମ ଦିନରେ ୧୦ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ (ଏମ୍ପି) ହୋଇଥିବା ବେଳେ ମୋଟ ୧୩ ଜଣ ପରୀକ୍ଷାର୍ଥୀ ଏମ୍ପି ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏସ୍ଏ-୧ରେ ଯେଉଁ ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ରହିଛନ୍ତି, ସେମାନଙ୍କୁ ଏହି ପରୀକ୍ଷାର ୱେଟେଜ୍ ମାର୍କ ମିଳିବ ନାହିଁ। ଏହି ପରୀକ୍ଷାର୍ଥୀମାନେ ପୂର୍ବରୁ ଦେଇଥିବା ଏଫ୍ଏ-୧, ଏଫ୍ଏ-୨ ସହ ଆଗକୁ ହେବାକୁ ଏଫ୍ଏ-୩, ଏଫ୍ଏ-୪ ଓ ଏସ୍ଏ-୨ରେ ଯେଉଁ ନମ୍ବର ରଖିବେ ସେହି ଅନୁସାରେ ସେମାନଙ୍କର ଦଶମ ଶ୍ରେଣୀର ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।