News

ରେଳ ମନ୍ତ୍ରଣାଳୟ ଦ୍ୱାରା ପାଳିତ ହେଲା ‘ସ୍ୱଚ୍ଛତା ହି ସେବା ପଖୱାଡା’

railway

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ଅବସରରେ 2018 ସେପ୍ଟେମ୍ବର 15 ତାରିଖରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ରେଳ ମନ୍ତ୍ରଣାଳୟ ଏହାର ଦେଶବ୍ୟାପୀ ନେଟୱର୍କରେ ‘ସ୍ୱଚ୍ଛତା ହି ସେବା ପଖୱାଡା’ ପାଳନ କରିଛି। ରେଳ କର୍ମଚାରୀଙ୍କୁ ସ୍ୱଚ୍ଛତାର ଶପଥ ଦିଆଯିବା ସହ ଏହି ପକ୍ଷ ଆରମ୍ଭ ହୋଇଥିଲା । ଏହାପରେ ପ୍ରତି ଦୁଇ ଦିନକୁ ଗୋଟିଏ ଲେଖାଏଁ ପ୍ରସଙ୍ଗ; ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ଟ୍ରେନ, ସ୍ୱଚ୍ଛ ନୀର, ସ୍ୱଚ୍ଛ ପରିସର, ସ୍ୱଚ୍ଛ ସମୱାଦ, ସ୍ୱଚ୍ଛ ସଚେତନତା ଆଦି ନେଇ ଅଭିଯାନ କରାଯାଇଥିଲା।

ଏହି ଅବସରରେ ପ୍ରାୟ 100 କିଲୋମିଟର ରେଲୱେ ଟ୍ରାକରେ ବୃକ୍ଷରୋପଣ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସହ ଜଡ଼ିତ ଥିବା 43ଟି ଷ୍ଟେସନ, ଦିଲ୍ଲୀ, ଆଗ୍ରା, ଜୟପୁର ସ୍ୱର୍ଣ୍ଣ ତ୍ରିଭୁଜ ଏବଂ ପ୍ରସିଦ୍ଧ ସହର ନିକଟ 28ଟି ଷ୍ଟେସନରେ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଗାନ୍ଧୀଜୀଙ୍କ ସ୍ମୃତି ସହ ଜଡ଼ିତ ଷ୍ଟେସନଗୁଡ଼ିକୁ ବିଭିନ୍ନ ପ୍ରସଙ୍ଗ ଆଧାରରେ ରଙ୍ଗାୟିତ କରାଯାଇଥିଲା । ଅକ୍ଟୋବର 2 ତାରିଖରେ ସମସ୍ତ ଟ୍ରେନରେ ସ୍ୱଚ୍ଛତା ଲୋଗୋ ଏବଂ ଜାତୀୟ ପତାକା ପ୍ରଦର୍ଶିତ ହୋଇଥିଲା ।ଯାତ୍ରୀ, ଛାତ୍ରଛାତ୍ରୀ, ପରିବାର, ପେନସନ ଗ୍ରହୀତା, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କୁ ସଚେତନ କରାଇବା ଲାଗି ସୋସିଆଲ ମିଡିଆ, ନୁକ୍କଡ ନାଟକ, ଦୃଶ୍ୟ/ଶ୍ରାବ୍ୟ କ୍ଲିପର ସହାୟତା ନିଆଯାଇଥିଲା। 2018 ସେପ୍ଟେମ୍ବର 15 ତାରିଖରେ ଉତ୍ତରାଞ୍ଚଳ ରେଲୱେରେ ରେଳ ଓ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରେ ସ୍ୱଚ୍ଛତା ହି ସେବା ପଖୱାଡାର ଶୁଭାରମ୍ଭ କରିଥିଲେ । ରେଳ କର୍ମଚାରୀ ଓ ଅଧିକାରୀଙ୍କୁ ସେ ସ୍ୱଚ୍ଛତାର ଶପଥ ପାଠ କରାଇବା ସହ ଶ୍ରମଦାନରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ପରେ ମନ୍ତ୍ରୀ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସେଣ୍ଟ୍ରାଲ ରେଲୱେରେ କେୱାଇଏନ୍ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଚିତ୍ରରେ 12ଟି ଇଏମ୍ୟୁ ବଗିକୁ ସ୍ୱଚ୍ଛତା ପ୍ରସଙ୍ଗରେ ରଙ୍ଗାୟିତ କରିଥିଲେ । ଡିଭିଜନ ଓ ଜୋନାଲ ସ୍ତରରେ ସ୍ୱଚ୍ଛତା ଆଧାରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

2018 ସେପ୍ଟେମ୍ବର 28 ତାରିଖରେ ପଶ୍ଚିମାଞ୍ଚଳ ରେଲୱେରେ ଏହି ପଖୱାଡା ଅବସରରେ ସ୍ୱଚ୍ଛ ନୀର’କୁ ଗୁରୁତ୍ୱ ଦିଆଯାଇଥିଲା । ୱାଟର ପ୍ଲାଣ୍ଟ, ଜଳ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ ଟ୍ୟାପ୍, ଫିଲ୍ଟର ପ୍ଳାଣ୍ଟ, ୱାଟର ଭେଣ୍ଡିଂ ମେସିନ, ଷ୍ଟେସନରେ ଥିବା ୱାଟର କୁଲରଗୁଡ଼ିକୁ ତଦାରଖ କରାଯାଇଥିଲା । ରେଲୱେ କଲୋନି, ଟ୍ରେନ, ହସପିଟାଲ, ହେଲ୍ଥ ୟୁନିଟ ଓ ସ୍କୁଲଗୁଡ଼ିକରେ ପାନୀୟ ଜଳ ସୁଚାରୁ ରୂପେ ଉପଲବ୍ଧ ହେଉଛି କି ନାହିଁ ତଦାରଖ କରାଯାଇଥିଲା । ଜଳ ଅମଳ ପ୍ରକଳ୍ପ ଓ ବର୍ଷା ଜଳ ଅମଳ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଯାତ୍ରୀମାନଙ୍କୁ ସଚେତନ କରାଇବା ଲାଗି ସ୍ୱେଚ୍ଛାସେବୀମାନେ ନୁକ୍କଡ କାଟକ ପ୍ରଦର୍ଶନ କରିଥିଲେ ।

ପଶ୍ଚିମାଞ୍ଚଳ ରେଲୱେ ମଧ୍ୟ ଏହି ଅବସରରେ ‘ସ୍ୱଚ୍ଛ ଆହାର’ ଦିବସ ପାଳନ କରିଥିଲା । କ୍ୟାଟରିଂ ୟୁନିଟଗୁଡ଼ିକ କିପରି ଖାଦ୍ୟ ପ୍ରସ୍ତୁତ ଓ ଯୋଗାଣରେ ସ୍ୱଚ୍ଛତା ଅବଲମ୍ବନ କରିବେ ତାହାକୁ ତଦାରଖ କରାଯାଇଥିଲା । ସମସ୍ତ ଟ୍ରେନର ପ୍ୟାଣ୍ଟ୍ରି କାର୍ ଓ କ୍ୟାଣ୍ଟିନଗୁଡ଼ିକୁ ପରିଷ୍କାର କରାଯାଇଥିଲା । ଖାଦ୍ୟ ନମୂନା ସଂଗ୍ରହ କରଯିବା ସହ ଏ ସମ୍ପର୍କରେ ଯାତ୍ରୀଙ୍କ ମତାମତ ସଂଗ୍ରହ ହୋଇଥିଲା ।

railway

ପୂର୍ବାଞ୍ଚଳ ରେଲୱେରେ ସମସ୍ତ ଷ୍ଟେସନ, କଲୋନି, ହସପିଟାଲ, ହେଲ୍ଥ ୟୁନିଟରେ ଗଣ ସ୍ୱଚ୍ଛତା ସଚେତନତା ଅଭିଯାନ କରାଯାଇଥିଲା । ପ୍ରଭାତ ଫେରୀ, ନୁକ୍କଡ ନାଟକ, ଭିଡିଓ ୱାଲ୍, ଜନସାଧାରଣଙ୍କୁ ଉଦବୋଧନ ଆଦି କାର୍ଯ୍ୟକ୍ରମ ହୋଇଥିଲା । ପ୍ରାୟ 20 ହଜାର ଚାରା ମଧ୍ୟ ରୋପଣ କରାଯାଇଥିଲା ।

ଦକ୍ଷିଣ-କେନ୍ଦ୍ରୀୟ ରେଳବାଇର ମୋବାଇଲ ଡିଜିଟାଲ ଚଳଚ୍ଚିତ୍ର ଥିଏଟର ମାଧ୍ୟମରେ ସଚେତନତା କରାଯାଇଥିଲା, ଯାହାକି ରେଳବାଇରେ ଥିଲା ପ୍ରଥମ । ଏହାଦ୍ୱାରା ବିଭିନ୍ନ ପଖୱାଡା କାର୍ଯ୍ୟକ୍ରମକୁ ନେଇ ରେଳବାଇର ସ୍ୱଚ୍ଛତା ଚିତ୍ର ପ୍ରଦର୍ଶନ କରାଯାଉଥିଲା ।

ଦକ୍ଷିଣ ରେଳବାଇ କୃତିତ୍ୱର ଏକ ମାଇଲଖୁଣ୍ଟ ସ୍ୱରୂପ ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନର ଐତିହ୍ୟ କୋଠାକୁ ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ ଦ୍ୱାରା ଗ୍ରୀନ ରେଲୱେ ଷ୍ଟେସନ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ପୂର୍ବ କେନ୍ଦ୍ରୀୟ ରେଳବାଇର ପାଟନା ଜଙ୍କସନରେ ପ୍ଲାଷ୍ଟିକ ବୋତଲ ନଷ୍ଟ କରାଯାଉଥିବା ମେସିନ ସ୍ଥାପନ କରାଯାଇଥିଲା । ଏଭଳି ମେସିନ ବସାଇବାରେ ଏହା ବିହାରରେ ପ୍ରଥମ ଷ୍ଟେସନ । ସ୍ୱଚ୍ଛତା ପଖୱାଡା ଅବସରରେ ପରେ ପରେ ରାଜିନ୍ଦର ନଗର, ପାଟନା ସାହିବ, ମୁଗଲ ସରାଇ ଏବଂ ଦରଭଙ୍ଗାରେ ମଧ୍ୟ ଏପରି ମେସିନ ସ୍ଥାପନ ହୋଇଥିଲା । ଷ୍ଟେସନ ଶୌଚାଳୟର ସ୍ୱଚ୍ଛତା ସମ୍ପର୍କରେ ଯାତ୍ରୀଙ୍କଠାରୁ ପ୍ରତିକ୍ରିୟା ସଂଗ୍ରହ ପାଇଁ ୱାଇ-ଫାଇ ଭିତ୍ତିକ ପୋର୍ଟାଲ ‘ଟଏଲେଟ ଫିଡବ୍ୟାକ ସିଷ୍ଟମ’ ଆରମ୍ଭ କରାଯାଇଥିଲା ।

ସ୍ୱଚ୍ଛତା ପ୍ରସାଧନ ଦିବସ ଅବସରରେ କୋଲକାତା ମେଟ୍ରୋରେ ଶହୀଦ ଖୁଦିରାମ ଓ ନୋଆପଡ଼ାଠାରେ ଦୁଇଟି ଶୌଚାଳୟ (ପୁରୁଷ ଓ ମହିଳା) ଉଦଘାଟନ କରାଯାଇଥିଲା । ବେଲଗାଛିଆ ଓ ଶୋଭାବଜାର-ସୁତାନୁଆରେଠାରେ ମଧ୍ୟ ଶୌଚାଳୟ ଉଦଘାଟନ ଅପେକ୍ଷାରେ ପ୍ରସ୍ତୁତି ସରିଛି। ଏଥିସହ ଭାରତୀୟ ରେଳବାଇର ସମସ୍ତ ଜୋନ, ଡିଭିଜନ, ପ୍ରଡକ୍ସନ ୟୁନିଟ, ୱାର୍କସପ ଏବଂ ରେଲୱେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ମଧ୍ୟରେ ସ୍ୱଚ୍ଛତା ପଖୱାଡା ପାଳନ କରାଯାଇଛି।

ପଢନ୍ତୁ;ହନୁମାନଙ୍କୁ କେଉଁ ସମୟରେ ପୂଜା କରିବା ଅନୁଚିତ୍? ଜାଣନ୍ତୁ

Related posts

୨୨ରୁ ଆରମ୍ଭ ମାଟ୍ରିକ ପରୀକ୍ଷା,୮ରେ ମିଳିବ ଆଡମିଟ କାର୍ଡ

ENO Beuro

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ENO Beuro

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକ

Ratnamani Moharana

Leave a Comment