ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ଆବେଦନ ସମୟସୀମା ନଭେମ୍ବର ୩୦କୁ ବୃଦ୍ଧି

ministry

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରତିଷ୍ଠିତ ନାରୀ ଶକ୍ତି ପୁରସ୍କାର ପାଇଁ ନାମ ପଞ୍ଜୀକରଣର ସମୟସୀମା 30 ନଭେମ୍ବର, 2018 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅସାଧାରଣ ମହିଳା ଏବଂ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ସଂଗଠନକୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଏ । ମହିଳା ମାନଙ୍କର ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନକୁ ମାନ୍ୟତା ପ୍ରଦାନ କରୁଥିବା ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ 19ତମ ବର୍ଷରେ ପଦାର୍ପଣ କରିଛି । ପ୍ରତି ବର୍ଷ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥାନ୍ତି।

ନାରୀ ଶକ୍ତି ପୁରସ୍କାର 1999ରୁ କାର୍ଯ୍ୟକାରୀ କରାଯାଉଛି । ଚଳିତ ବର୍ଷ ପୁରସ୍କାର ପାଇଁ ନାମାଙ୍କନ ଆମନ୍ତ୍ରିତ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଯେଉଁ ମହିଳାମାନେ ବାଧକ ଥିବା ସତ୍ତ୍ୱେ ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ ଲକ୍ଷ୍ୟ ହାସଲ କରିପାରିଛନ୍ତି ଏବଂ ସମାଜରେ ସ୍ଥାୟୀ ଯୋଗଦାନ ଦେଇଛନ୍ତି ସେମାନେ ଏହି ପୁରସ୍କାର ପାଇଁ ଆବେଦନ କରିବାକୁ ମୁଁ ନିବେଦନ କରୁଛି । ଆବେଦନର ସମୟସୀମା ବୃଦ୍ଧି ଘୋଷଣା ସହିତ ମୋର ବିଶ୍ୱାସ ଯେ ଅନେକ ଲବ୍ଧ ପ୍ରତିଷ୍ଠିତ ମହିଳା ଏହି ପୁରସ୍କାର ପାଇଁ ଆବେଦନ କରିବେ ବୋଲି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ।

ministry

ଆବେଦନ ପାଇଁ ଆବଶ୍ୟକୀୟ ନଥି Deputy Secretary (WD & IC), MWCD, Room No- 632, 6th Floor, Shastri Bhawan, New Delhi- 110001ରେ ପଠାଇବାକୁ ହେବ । ଆବେଦନ ପୂର୍ବରୁ ଆବେଦକମାନେ ପୁରସ୍କାର ନିୟମାବଳୀ http://www.wcd.nic.in/awardରେ ପଢିବାକୁ କୁହାଯାଇଛି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ନାରୀ ଶକ୍ତି ପୁରସ୍କାର ବିଜେତାଙ୍କର ଅଦମ୍ୟ ଶକ୍ତିକୁ ନମସ୍କାର କରୁଛି, ଯାହା ଆଗାମୀ ପିଢୀ ପାଇଁ ଆଦର୍ଶ ମଡେଲ ହେବ । ଏହି ପ୍ରତିଷ୍ଠିତ ମହିଳାମାନେ ଲୋକମାନଙ୍କ ମାନସପଟରେ ଏକ ଅବିଶ୍ୱସନୀୟ ଚିହ୍ନ ଛାଡିଛନ୍ତି, ଏବଂ ଯୁବଗୋଷ୍ଠୀଙ୍କ ମନରେ ମଧ୍ୟ ଏକ ଉତ୍ସାହ ସୃଷ୍ଟି କରିଛନ୍ତି।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ସମାନ ଭାବେ ବିକାଶ ସୁଯୋଗ ପ୍ରଦାନ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦର୍ଶାଉଛି ଯାହାଦ୍ୱାରା ସେମାନଙ୍କୁ ରାଷ୍ଟ୍ର ବିକାଶର ଏକ ଅଭିନ୍ନ ଅଙ୍ଗ ଭାବେ ଗଣନା କରାଯାଉଛି । ମହିଳା ନେତୃତ୍ୱ ବିକାଶ ଆମର ପ୍ରାଥମିକତା ଏବଂ ଆମେ ଏଥିପାଇଁ ସଂକଳ୍ପବଦ୍ଧ ।

ପଢନ୍ତୁ; ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More