February 17, 2019

ନାବାଳକକୁ ଅପହରଣ ପରେ ହତ୍ୟା,ଅଭିଯୁକ୍ତ ଅଟକ

child

ଅପହରଣ ପରେ ହତ୍ୟା ଅଭିଯୋଗ । ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ସଦାନନ୍ଦ ବିହାର ସପ୍ତମ ଲେନରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗରେ ଜଣକୁ ପଚରାଉଚରା କରୁଛି ପୋଲିସ।

man

ମିଳିଥିବା ସୂଚନା ଅନୁସାରେ, ମୃତ ଶିଶୁର ମା’ଙ୍କୁ ଦେବାଶିଷ ଏକ ତରଫା ପ୍ରେମ କରୁଥିଲେ। ସେ ତାଙ୍କୁ ପ୍ରଥମେ ଫେସ୍‌ବୁକ୍‌ରେ ଦେଖିଥିଲେ। ତା’ପରେ ଦେବାଶିଷ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶିଶୁଟିକୁ ମାରିଥିବା ନେଇ ସେ ସ୍ୱୀକାର କରିଛନ୍ତି। ସେ ଶିଶୁଟିକୁ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି। ତେବେ ସେ ପ୍ରେମରେ ବିଫଳ ହୋଇ ଶିଶୁଟିକୁ ମାରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଜଣାପଡ଼ି ନାହିଁ। ପୁଲିସ୍ ଏନେଇ ତାଙ୍କୁ ପଚରାଉଚରା ଜାରି ରଖିଛି।

ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ତାରାତାରିଣୀ ମନ୍ଦିର ନିକଟରେ ସେ ପିଲାଟିକୁ ହତ୍ୟା କରିଛନ୍ତି।

ପଢନ୍ତୁ; ବସରୁ ମିଳିଲା ୩୦ ବସ୍ତା କଏନ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More