News

ପୁରୀରେ ବସ ଭିତରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ

Untitled 1

ପୁରୀରେ ଲଜ୍ଜା

ଶରଧାବାଲିରେ ପାପ | ଏବେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା  ଚାଲିଛି। ପୁରା ବିଶ୍ଵର ନଜର ରହିଛି ପୁରୀ ଉପରେ। ତେବେ ଏହି ସମୟରେ ପୁରୀରେ ଏଭଳି ଏକ ଘଟଣା ଘଟିଛି ଯାହା ଚକିତ କରିଛି ଓଡିଶାବାସୀଙ୍କୁ। ଶ୍ରୀକ୍ଷେତ୍ର ଧାମରେ କେନ୍ଦୁଝରରୁ ଆସିଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ  କରାଯାଇଥିବାର ସାଙ୍ଘାତିକ ଅଭିଯୋଗ ଆସିଛି ।  ବସ୍‌ର ହେଲପର ବିରୋଧରେ ଏହି ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପିଡିତାକୁ ଉଦ୍ଧାର କରିବା ସହ ପିଡିତାର ଅଭିଯୋଗ କ୍ରମେ ପୁରୀ ବସଷ୍ଟାଣ୍ଡରେ ଥିବା ବସରୁ ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ପୁରୀ ମାଳତୀପାଟପୁର  ନିକଟରେ ଥିବା ୱାଟରପାର୍କରେ କାମ କରେ। ଛୁଟିରେ ଘରକୁ ଯାଇ କାଲି ଫେରିଥିଲା। କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିବା ବେଳେ ବସ୍‌ରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରିନଥିଲା। ପୁରୀ ବସ୍‌ଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୯ଟା ହୋଇଯାଇଥିଲା। ତେବେ ହେଲ୍‌ପର ଜଣଙ୍କ ବୁଝାସୁଝା କରି ବସ୍‌ରେ ଶୋଇ ପଡିବାକୁ କହିଥିଲା। ଏହାପରେ ଝିଅଟିର ସରଳତାର ସୁଯୋଗ ନେଇ ପୀଡ଼ିତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପଢନ୍ତୁ:କର୍ଣ୍ଣାଟକ ରାଜନୀତିରେ କମ୍ପନ:ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ୨୨ ବିଧାୟକ

Related posts

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରୀ

ENO Beuro

ସମ୍ବଲପୁରରେ ନାଗାଲାଣ୍ଡ ଟ୍ରକ ଉପରେ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ

Ratnamani Moharana

ଆଜିଠୁ ବର୍ଷା ବଢିବ,୧୯ରୁ ପ୍ରବଳ

ENO Beuro

Leave a Comment