EnewsOdia.Com

ଶ୍ରୀମନ୍ଦିର ଭିତରେ ଟିକ୍‌ଟିକ୍‌ ଭିଡିଓ ପ୍ରସଙ୍ଗ, ଅଟକ ହେଲେ ନାବାଳିକା

ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌ ଭିଡିଓ କରିବା। ଭିଡିଓ କରିଥିବା ନାବାଳିକା ନିମାପଡ଼ାର ବୋଲି ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ୍ ନାବାଳିକାଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଏଥିସହ ସେ କେଉଁ ପରିସ୍ଥିତିରେ ଓ କାହିଁକି ଭିଡିଓ ରେକର୍ଡ କରିଛନ୍ତି  ଏନେଇ ଖୋଳତାଡ଼ କରାଯାଉଛି। ଏହାସହ ନାବାଳିକାଙ୍କ ବିରୋଧରେ ୨୯୫ A, ଆନ୍‌ସିଏଣ୍ଟ ମନୁମେଣ୍ଟ ଆକ୍ଟ ୩୦ ଓ ଆଇଟି ଆକ୍ଟ ୬୬ରେ ମାମଲା ରୁଜୁ ହୋଇଛି। ତେବେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ  ନିଆଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ଗତ କିଛି ଦିନ ତଳେ ସଂପୃକ୍ତ ନାବାଳିକା ଶ୍ରୀମନ୍ଦିର ଭୋଗମଣ୍ଡପ ଓ ଆନନ୍ଦ ବଜାରରର ଦୃଶ୍ୟ ଟିକ୍‌ଟକ୍‌ରେ ସୁଟ୍ କରିଥିଲେ। ଏହାପରେ ଏହି ଭିଡିଓଟି  ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଅନ୍ୟପକ୍ଷରେ କଡ଼ା ସୁରକ୍ଷା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ କିପରି ମୋବାଇଲ୍ ଯାଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଢନ୍ତୁ: ଗଞ୍ଜେଇ ଓ ଗପିବା ଲାଗି ମୋବାଇଲ ଦାବିରେ ଜେଲ୍‌ରେ ଅନଶନ

ସମ୍ବନ୍ଧିତ ଖବର

ଓଡିଶା ମୁହାଁ ଆଉ ଏକ ବାତ୍ୟା

Ratnamani Maharana

ଅଯୋଧ୍ୟା ପାଇଁ ବଡ଼ ଯୋଜନା

Ratnamani Maharana

ଆଜିଠୁ ରାଜ୍ୟକୁ ଲେଉଟିବ ଶୀତ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

Ratnamani Maharana

ଅର୍ଥ ବିଭାଗ ଆଣିଲା ‘ଓଡ଼ିଶା ବଜେଟ’ ଆପ୍‌

Ratnamani Maharana

ନାବାଳକକୁ ଗାଡି ଚାଳନା ପଡିଲା ମହଙ୍ଗା

Ratnamani Maharana

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana