Loading...

ଆଜି ଆସନ୍ତୁ ଜାଣିବା ପୋଦିନା ପତ୍ର ଶରୀର ପାଇଁ କେତେ ହିତକର

ଆଜି ଆସନ୍ତୁ ଜାଣିବା ପୋଦିନା ପତ୍ର ଶରୀର ପାଇଁ କେତେ ହିତକର

ଗାଁ ହେଉ ଅବା ସହର ଆପଣ ଯାହା ଘରକୁ ଯାଆନ୍ତୁ ଯଦି ତାଙ୍କର ଟିକିଏ ବି ଗଛ ଲଗାଇବାର ଜାଗା ଦେଖିବେ ତେବେ ସେଠାରେ ପୋଦିନା ଗଛ ନିଶ୍ଚୟ ଦେଖିଥିବେ। ଏହାର କାରଣ ହେଉଛି ପ୍ରତିଦିନର ରୋଷେଇରେ ଅଳ୍ପ ବହୁତ ପୋଦିନା ପତ୍ର ପଡିଗଲେ ଖାଦ୍ୟକୁ ଆହୁରି ରୁଚିକର କରିଦିଏ l

ଗାଁ ହେଉ ଅବା ସହର ଆପଣ ଯାହା ଘରକୁ ଯାଆନ୍ତୁ ଯଦି ତାଙ୍କର ଟିକିଏ ବି ଗଛ ଲଗାଇବାର ଜାଗା ଦେଖିବେ ତେବେ ସେଠାରେ ପୋଦିନା ଗଛ ନିଶ୍ଚୟ ଦେଖିଥିବେ। ଏହାର କାରଣ ହେଉଛି ପ୍ରତିଦିନର ରୋଷେଇରେ ଅଳ୍ପ ବହୁତ ପୋଦିନା ପତ୍ର ପଡିଗଲେ ଖାଦ୍ୟକୁ ଆହୁରି ରୁଚିକର କରିଦିଏ l ବିଭିନ୍ନ ପ୍ରକାରର ଚଟଣୀରେ କିମ୍ବା ତରକାରୀରେ ପୋଦିନା ଟିକେ ପକାଇଦେଲେ ଏହା ସ୍ବାଦକୁ ବହୁଗୁଣିତ କରିଦିଏ l ଏମିତି ଦେଖିବାକୁ ଗଲେ, ଦକ୍ଷିଣ ଭାରତରେ ପୋଦିନା ପତ୍ରର ବହୁଳ ବ୍ୟବହାର କରାଯାଏ l  ଏହା ଛଡ଼ା ପୋଦିନା ପତ୍ରର ବହୁତ ଔଷଧୀୟ ଗୁଣ ରହିଛି, ସେ ବିଷୟରେ ଆସନ୍ତୁ ଆଲୋଚନା କରିବା l 

୧. ପୋଦିନା ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପେଟରେ ପୋକ ହେଲେ ଏହା କାମରେ ଆସିପାରେ । ଯେତେବେଳେ ଆମେ ନିୟମିତ ଭାବରେ ଖାଲି ପେଟରେ ପୋଦିନା ପତ୍ର ଚୋବାଇଥାଉ, ଏହା ପେଟ ପୋକକୁ ମାରିଦିଏ । ଏହା ବାନ୍ତି ଏବଂ ପେଟ ଜଡ଼ିିତ ସମସ୍ୟା ସୃଷ୍ଟି କରେ ନାହିଁ ।

୨. ଏସିଡିଟିରେ, ସକାଳେ ଖାଲି ପେଟରେ ପୋଦିନା ପତ୍ର ଚୋବାଇବା ଲାଭଦାୟକ ହୋଇଥାଏ । ଏହାର ଥଣ୍ଡା ଗୁଣ ଏବଂ କେତେକ ଆଣ୍ଟିଅକ୍ସିଡାଣ୍ଟ ପେଟର ପିଏଚକୁ ସନ୍ତୁଳନ କରିବାରେ ସାହାଯ୍ୟ କରେ ଏବଂ ଅମ୍ଳୀୟ ରସ ହ୍ରାସ କରେ । ଏହା ଅମ୍ଳତା ସମସ୍ୟା ସୃଷ୍ଟି କରେ ନାହିଁ ।

୩. ପେଟରେ ଉତ୍ତାପ ବୃଦ୍ଧି ଯୋଗୁଁ ପାଟି ଘା’ ହୋଇଥାଏ । ଏହା ବ୍ୟତୀତ, ବେଳେବେଳେ ଖାଦ୍ୟ ସଂକ୍ରମଣ କିମ୍ବା ପାଟି ସଂକ୍ରମଣ ହେତୁ ଏହି ସମସ୍ୟା ମଧ୍ୟ ଚିନ୍ତାରେ ପକାଇଥାଏ । ଏପରି ପରିସ୍ଥିତିରେ, ପୋଦିନା ପତ୍ର ଚୋବାଇ ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପାଟି ଘା’କୁ ହ୍ରାସ କରିଥାଏ, ପେଟକୁ ଥଣ୍ଡା କରିଥାଏ ଏବଂ ଏହି ସମସ୍ୟା ଦୂର କରିଥାଏ ।

୪. ଚମକଦାର ତ୍ୱଚା ପାଇବାରେ ପୋଦିନା ପତ୍ର ଖାଇବା ଲାଭଦାୟକ ହୋଇଥାଏ । ବାସ୍ତବରେ ଏହା ରକ୍ତ ସଫା କରିବା ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ । ଏହା ସହିତ, ଏହା ଚମକୁଥିବା ତ୍ୱଚା ପାଇବାରେ ମଧ୍ୟ ସାହାଯ୍ୟ କରେ । 

୫- ଛଡ଼ା ପୋଦିନା ପତ୍ରରେ ଭିଟାମିନ A, ଭିଟାମିନ C, ବି-କମ୍ପ୍ଲେକ୍ସ, ଫସଫରସ, କ୍ୟାଲସିୟମ ତତ୍ତ୍ଵଗୁଡ଼ିକ ରହିଥାଏ l ପୋଦିନା ପତ୍ରରେ ଲୌହ, ପୋଟାସିୟମ, ଏବଂ ମାଙ୍ଗାନିଜ ଅଧିକ ପରିମାଣରେ ରହୁଥିବାରୁ ଏହା ମସ୍ତିଷ୍କର ଅଭିବୃଦ୍ଧି ତଥା ଶରୀରରେ ହେମୋଗ୍ଲୋବିନର ବିକାଶରେ ସହାୟକ ହୋଇଥାଏ l  

୬- ନିଜର କର୍ମବ୍ୟସ୍ତ ଜୀବନରେ ଓଜନ ହ୍ରାସ କରିବା ପାଇଁ ପୋଦିନା ପତ୍ରର ଉପଯୋଗ ମଧ୍ୟ କରାଯାଇପାରିବ l କାରଣ ପୋଦିନା ପାତ୍ରରେ ଅଳ୍ପ ପରିମାଣର କ୍ୟାଲୋରୀ, ପ୍ରୋଟିନ ଏବଂ ଫ୍ୟାଟ ରହୁଛି l 

୭- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପୋଦିନା ପତ୍ରର ବିଶେଷ ଭୂମିକା ରହିଛି l ଶରୀରରେ କେତେଗୁଡ଼ିଏ ଉପକାରୀ ଏନଜାଇମଗୁଡ଼ିକୁ ସକ୍ରିୟ କରି ଏହା ବିଭିନ୍ନ ପ୍ରକାରର ଟ୍ୟୁମର ସମସ୍ୟାରୁ ଶରୀରକୁ ରକ୍ଷା କରେ l  

୮- ଆଜମା ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପୋଦିନା ପତ୍ର ସେବନ କରିବାକୁ କୁହାଯାଏ l ଏହା ନାକ ଚୁଣ୍ଟି ହେବାକୁ ଦିଏ ନାହିଁ,  ଏହା ଛଡ଼ା ନିଶ୍ୱାସ ପ୍ରଶ୍ୱାସଜନିତ ସମସ୍ୟାଗୁଡ଼ିକୁ ଉପଶମ କରେ l  

୯- ପୋଦିନା ପତ୍ରକୁ ଏକ ମୁଖବାସ ଭାବରେ ବ୍ୟବହାର କରାଯାଇ ପାରେ l ପାଟିର ଦୁର୍ଗନ୍ଧ ଦୂରକରିବା ପାଇଁ ପୋଦିନା ପତ୍ରର ଉପଯୋଗ କରାଯାଇପାରିବ l ବଜାରରେ ଉପଲବ୍ଧ ମୁଖବାସ ସାମଗ୍ରୀଗୁଡ଼ିକରେ ପୋଦିନା ପତ୍ରରୁ ପ୍ରସ୍ତୁତ ଅର୍କକୁ ବ୍ୟବହାର କରାଯାଇଥାଏ l  

୧୦- ପୋଦିନା ପତ୍ରରେ ଅଧିକ ପରିମାଣର ଆଣ୍ଟି-ବାକ୍ଟେରିଆଲ, ଆଣ୍ଟି-ଫଙ୍ଗାଲ, ସାଲିସିଲିକ ଏସିଡ, ଏବଂ ଭିଟାମିନ A ରହୁଛି l ଏହା ବ୍ରଣ ଏବଂ କ୍ଷତକୁ ପ୍ରଭାବଶାଳୀ ଭାବରେ ଦୂର କରିଥାଏ l ପୋଦିନା ପତ୍ରର ରସକୁ ବ୍ୟବହାର କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ପ୍ରସ୍ତୁର କରାଯାଏ l 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.