News SPORTS

କୋହଲି, ମୀରାବାଈ ପାଇଲେ ଖେଳ ରତ୍ନ ,ନୀରଜଙ୍କ ସମେତ ୨୦ ଖେଳାଳିଙ୍କୁ ଅର୍ଜୁନ

kohil

ମଙ୍ଗଳବାର ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଛନ୍ତି ଭାରତୀୟ ଟିମର ଅଧିନାୟକ ବିରାଟ୍‌ କୋହଲି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଗ୍ରହଣ କରିଛନ୍ତି। ଚଳିତ ବର୍ଷ କୋହଲିଙ୍କ ସହ ଭାରୋତ୍ତଳନକାରୀ ମୀରାବାଈ ଚାନୁଙ୍କୁ ମଧ୍ୟ ଖେଳରତ୍ନ ପୁରସ୍କାର ମିଳିଛି।

ସବୁବର୍ଷ ଅଗଷ୍ଟ ୨୯ରେ ମନୋନୀତ କ୍ରୀଡ଼ାବିତ୍‌ଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଏ। କିନ୍ତୁ ଚଳିତ ବର୍ଷ ଏସିଆନ୍‌ ଗେମ୍ସ ଯୋଗୁ ଏହି ପୁରସ୍କାର ପ୍ରଦାନ ଉତ୍ସବକୁ ସେପ୍ଟେମ୍ବର ୨୫ ଯାଏ ଘୁଞ୍ଚାଇ ଦିଆଯାଇ ଥିଲା। ଉଭୟ କୋହଲି ଓ ମୀରାବାଈଙ୍କୁ ଖେଳରତ୍ନ ପୁରସ୍କାର ବାବଦକୁ ମେଡାଲ୍‌, ପ୍ରମାଣପତ୍ର ସହ ନଗଦ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି।

kohil

ଅନ୍ୟ ପକ୍ଷେ ୨୦ ଜଣ କ୍ରୀଡ଼ାବିତ୍‍ଙ୍କୁ ଅର୍ଜୁନ, ୮ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ଜୀବନବ୍ୟାପୀ ଅବଦାନ ପାଇଁ ୪ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ,୧୯୯୭ରେ ସଚିନ ତେନ୍ଦୁଲକର ଓ ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିିଳିଥିଲା। ମୀରାବାଈ ଚାନୁ ଗତବର୍ଷ ଭାରୋତ୍ତୋଳନ ବିଶ୍ୱ ଚମ୍ପିଆନ୍‍ସିପରେ ୪୮ କେଜି ବିଭାଗରେ ଏବଂ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିଲେ।

ପଢନ୍ତୁ; ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

Related posts

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା

ENO Beuro

ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

ENO Beuro

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

ENO Beuro

Leave a Comment