News

ରଥଯାତ୍ରାରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରଥଯାତ୍ରାଦିନ ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏ ନେଇ ନିଜ କ୍ଷୋଭକୁ ଅଭିନେତ୍ରୀ ମାହିକା ସୋସିଆଲ୍ ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଗତ ଶନିବାର ରଥଯାତ୍ରା ଦିନ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ନିଜ ଇନଷ୍ଟାଗାମ ଜରିଆରେ ଜଣାଇଛନ୍ତି।

ମାହିକା ସୋସିଆଲ ମିଡିଆରେ ଲେଖିଛନ୍ତି ଗତ ୧୪ ତାରିଖରେ ରଥଯାତ୍ରା ମହାଆଳତୀରେ ସାମିଲ ହେବାକୁ ପୁରୁଷ ବନ୍ଧୁଙ୍କ ସହ ପୁରୀ ଆସିଥିଲେ । କିଛି ଦୂରରେ ତାଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ସେଠାରୁ ସେ ଚାଲି ଚାଲି ଆସିବା ସମୟରେ ତାଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିଥିଲେ । ଏପରିକି ଧକ୍କା ମାରିବା ସହ ଅଶ୍ଲୀଳ ଭାଷା ପ୍ରୟୋଗ କରି ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ।

ତେବେ ଏହି ଘଟଣା ଜାଣିବା ପରେ ପୁରୀ ପୋଲିସ ତାଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରୁଛି । କେଉଁ ସ୍ଥାନରେ ଏଭଳି ଘଟଣା ଘଟିଥିଲା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଏସ୍‌ପି କହିଛନ୍ତି।

ପଢନ୍ତୁ;ଉତ୍ତରାଖଣ୍ଡ: ୨୫୦ ମିଟର ଗଭୀର ଘାଟି ତଳକୁ ଖସିଲା ବସ୍,୧୦ ମୃତ

Related posts

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ’ଯୋଜନା: ୧୬ ଜିଲ୍ଲା ୧୩୯୮ ସ୍କୁଲ ସାମିଲ

ENO Beuro

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜରରେ ନିଆଁ !

ENO Beuro

ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଆଖି ବୁଜିଲା ଫତେହବୀର ସିଂହ

Ratnamani Moharana

1 comment

Leave a Comment