24.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ପୁଣି ଉଗ୍ର ହେଲା କଂଗ୍ରେସ କନ୍ଦଳ । ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ ଗୋଷ୍ଠୀ । ଦୀର୍ଘ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କୁ ବିରୋଧ କରୁଛନ୍ତି ଅପର ଗୋଷ୍ଠୀ । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାର ନଜିର ରହିଛି ।ସକାଳ 6 ଟାରେ 4 ଜଣ ଅଜଣା ଯୁବକ ମୁହଁରେ କଳା କପଡା ପିନ୍ଧି କଂଗ୍ରେସ ଭବନକୁ ଧସେଇ ପଶିଥିଲେ । କଂଗ୍ରେସ ଭବନରେ ଥିବା ଯୁବ କଂଗ୍ରେସ କାର୍ଯ୍ୟାଳୟର ପଶି ଭାଙ୍ଗାରୁଜା କଲେ । ସୁରକ୍ଷା କର୍ମୀଙ୍କୁ ଯୁବ କଂଗ୍ରେସ କାର୍ଯ୍ୟାଳୟ ଚାବି ମାଗିଥିଲେ 4 ଯୁବକ । ଚାବି ନମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଦୀର୍ଘ ଦିନ ହେଲା କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପ୍ରତିଫଳନ ଆଜିର ଘଟଣାରୁ ଆହୁରି ସ୍ପଷ୍ଟ ହୋଇଛି । ତେବେ ଏହି ଯୁବକମାନେ ଭଙ୍ଗାରୁଜା କରି ଫେରାର୍ ହୋଇ ଯାଇଥିବା ଜଣାପଡିଛି ।

ପଢନ୍ତୁ: ଗତି ଶକ୍ତି ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

Related posts

ଏମରଜେନ୍ସି ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌, ଅସହାୟ କଲ ସେଣ୍ଟର ମହିଳା କର୍ମଚାରୀ

Ratnamani Maharana

ନୋବେଲ୍‌ ବିଜେତାଙ୍କ ‘ଜେ-ପାଲ୍‌’ର ଅଂଶୀଦାର ହେବ ଓଡ଼ିଶା

Ratnamani Maharana

ଅଭିନେତା ରଜତ ବେଦୀଙ୍କ ନାଁରେ ଏତଲା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More