ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମିସ୍ ଆର୍ଜେଣ୍ଟିନା ମାରିୟାନା ଭରେଲା ଓ ମିସ୍ ପୁଏର୍ଟୋରିକୋ ଫ୍ୟାବିୟୋଲା ଭ୍ୟାଲେଣ୍ଟିନ୍ ଦୁହେଁ ଦୁହିଁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ଏ ନେଇ ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି।
ମିସ୍ ଆର୍ଜେଣ୍ଟିନା ମାରିୟାନା ଭରେଲା ଓ ମିସ୍ ପୁଏର୍ଟୋରିକୋ ଫ୍ୟାବିୟୋଲା ଭ୍ୟାଲେଣ୍ଟିନ୍ ଦୁହେଁ ଦୁହିଁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ଏ ନେଇ ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି। ନବବିବାହିତା ଦମ୍ପତି ଦୀର୍ଘ ଦିନ ଧରି ଏହି ସମ୍ପର୍କକୁ ଗୁପ୍ତ ରଖିବା ପରେ ଏବେ ଏହାକୁ ଅଫିସିଆଲ କରି ଦେଇଛନ୍ତି। ନିକଟରେ ଦୁଇଜଣ ନିଜ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜର ସମ୍ପର୍କ, ନିର୍ବନ୍ଧ ଏବଂ କିଛି ଭାବପୂର୍ଣ୍ଣ ମୁହୂର୍ତ୍ତର ଝଲକ୍ ଦେଖାଇ ଏକ ଭିଡିଓ ସେୟାର କରିଥିଲେ। ଦୁଇଜଣଙ୍କ ବିବାହ ଅକ୍ଟୋବର ୨୮ରେ ହୋଇଥିଲା। ଭିଡିଓରେ ମାରିୟାନା ଭରେଲା ଓ ଫ୍ୟାବିୟୋଲା ଭ୍ୟାଲେଣ୍ଟିନ୍ଙ୍କୁ ଏକାଠି ଛୁଟି କାଟୁଥିବାର ଦେଖାଯାଇ ପାରିବ। ଏଥିସହ ସେମାନେ ନିଜ ବିବାହର ଏକ ଝଲକ୍ ମଧ୍ୟ ସେୟାର କରିଥିଲେ। କ୍ଲିପ୍ରେ ସେମାନଙ୍କୁ ଧଳା କପଡ଼ା ପିନ୍ଧିଥିବାର ବି ଦେଖାଯାଉଛି। ପୁଏର୍ଟୋରିକୋର ସ୍ୟାନ୍ ଜୁଆନରେ ସେମାନେ ନିଜ ମିଳନର ଉତ୍ସବ ପାଳନ କରୁଛନ୍ତି।
ଭିଡିଓ ସେୟାର କରି ସେମାନେ ଏହାର କ୍ୟାପସନ ଲେଖିଛନ୍ତି, ‘ନିଜ ସମ୍ପର୍କକୁ ବ୍ୟକ୍ତିଗତ ରଖିବାର ବିକଳ୍ପ ବାଛିବା ପରେ ଆମେ ଏକ ବିଶେଷ ଦିନ ପାଇଁ ନିଜର ଫାଟକ ଖୋଲୁଛୁ। ୨୮-୧୦-୨୨’। କହି ରଖୁଛୁ, ଭରେଲା ଓ ଭ୍ୟାଲେଣ୍ଟିନ୍ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୦’ରେ ପରସ୍ପରକୁ ଭେଟିଥିଲେ ଏବଂ ପେଜାଣ୍ଟର ଶେଷ ପର୍ଯ୍ୟନ୍ତ ସାଙ୍ଗ ହୋଇ ରହିଥିଲେ। ଭରେଲା ମିସ୍ ୟୁନିଭର୍ସ ୨୦୧୯ରେ ଆର୍ଜେଣ୍ଟିନା ପ୍ରତିନିଧିତ୍ୱ କରିଥିଲେ ଏବଂ ‘ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୦’ରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବି ରହିଥିଲେ। ଏହି ଯୋଡ଼ି ଅନେକ ମଡେଲିଂ ଏଜେନ୍ସି ସହିତ ବି କାମ କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।