News

ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

ଭାରତର ମାନୁଷୀ ଚିଲ୍ଲର ‘ବିଶ୍ୱ ସୁନ୍ଦରୀ’ ମାନ୍ୟତା ପାଇବା ପରେ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ(ମିସ୍‌ ୟୁନିଭର୍ସ) ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ। ନେଲ୍‌-ପିଟ୍‌ରସ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ୱ କରୁଥିଲେ । ଶ୍ରେଷ୍ଠ ୩ ଜଣଙ୍କୁ ପଚରାଯାଇଥିବା ଶେଷ ପ୍ରଶ୍ନର ନେଲ୍‌-ପିଟ୍‌ରସଙ୍କ ସ୍ୱତନ୍ତ୍ର ଉତ୍ତର ବିଚାରପତିମାନଙ୍କୁ ପ୍ରଭାବିତ କରିଥିଲା ।

୨୦୧୭ ମସିହାର ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ସମୁଦାୟ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଥିଲେ ଦକ୍ଷିଣ ଆଫ୍ରିକାଙ୍କୁ ପ୍ରତିନିଧିତ୍ୱ କରୁଥିବା ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ, ଜାମାଇକାକୁ ପ୍ରତିନିଧିତ୍ୱ କରୁଥିବା ଦେବିନା ବେନେଟ ଏବଂ କଲମ୍ବିଆକୁ ପ୍ରତିନିଧିତ୍ୱ କରୁଥିବା ଲୌରା ଗୋଞ୍ଜାଲେଜ। ଅନ୍ତିମ ତିନିଜଣ ପ୍ରତିଯୋଗୀଙ୍କୁ ଶେଷ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା ।

ତିନିଜଣ ଯାକ ପ୍ରତିଯୋଗୀଙ୍କ ଉତ୍ତର ଭିନ୍ନ ଭିନ୍ନ ଥିଲା । ମାତ୍ର ନେଲ୍‌-ପିଟ୍‌ରସଙ୍କ ଉତ୍ତର ଥିଲା ସମସ୍ତଙ୍କ ଠାରୁ ନିଆରା । ଉତ୍ତର ମାଧ୍ୟମରେ ତାଙ୍କ ବ୍ୟକ୍ତିତ୍ବ ପ୍ରତିଫଳନ ହେଉଥିଲା ଯାହା ବିଚାରପତି ସହିତ ଦର୍ଶକମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । କରତଳିରେ କମ୍ପି ଉଠିଥିଲା ପୁରା ମଞ୍ଚ ।

ଶେଷରେ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ମୁକୁଟର ବିଜୟିନୀ ହିସାବରେ ନେଲ୍‌-ପିଟ୍‌ରସଙ୍କ ନାମ ଘୋଷିତ ହୋଇଥିଲା ।

ଅନ୍ୟ ଦୁଇ ସୁନ୍ଦରୀଙ୍କ ମଧ୍ୟରୁ କଲମ୍ବିଆର ଲୌରା ଗୋଞ୍ଜାଲେଜ ପ୍ରଥମ ରନର୍ସ ଅପ ଓ ଜାମାଇକାର ଦେବିନା ବେନେଟ ଦ୍ଵିତୀୟ ରନର୍ସ ଅପ ଘୋଷିତ ହୋଇଥିଲେ ।

ପଢନ୍ତୁ, ୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ

Related posts

ଉତ୍ତରପ୍ରଦେଶର ରାଏବରେଲି ଏନଟିପିସିରେ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ଶତାଧିକ ଆହତ

ENO Beuro

ଚଳନ୍ତା ଟ୍ରେନରେ ଆଉ ରହିବନି ଅସୁବିଧା, ଘଟଣାସ୍ଥଳରେ ହେବ ସମାଧାନ

ENO Beuro

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

ENO Beuro

1 comment

Leave a Comment