News

ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

By ENO Beuro

November 27, 2017

ଭାରତର ମାନୁଷୀ ଚିଲ୍ଲର ‘ବିଶ୍ୱ ସୁନ୍ଦରୀ’ ମାନ୍ୟତା ପାଇବା ପରେ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ(ମିସ୍‌ ୟୁନିଭର୍ସ) ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ। ନେଲ୍‌-ପିଟ୍‌ରସ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ୱ କରୁଥିଲେ । ଶ୍ରେଷ୍ଠ ୩ ଜଣଙ୍କୁ ପଚରାଯାଇଥିବା ଶେଷ ପ୍ରଶ୍ନର ନେଲ୍‌-ପିଟ୍‌ରସଙ୍କ ସ୍ୱତନ୍ତ୍ର ଉତ୍ତର ବିଚାରପତିମାନଙ୍କୁ ପ୍ରଭାବିତ କରିଥିଲା ।

୨୦୧୭ ମସିହାର ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ସମୁଦାୟ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଥିଲେ ଦକ୍ଷିଣ ଆଫ୍ରିକାଙ୍କୁ ପ୍ରତିନିଧିତ୍ୱ କରୁଥିବା ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ, ଜାମାଇକାକୁ ପ୍ରତିନିଧିତ୍ୱ କରୁଥିବା ଦେବିନା ବେନେଟ ଏବଂ କଲମ୍ବିଆକୁ ପ୍ରତିନିଧିତ୍ୱ କରୁଥିବା ଲୌରା ଗୋଞ୍ଜାଲେଜ। ଅନ୍ତିମ ତିନିଜଣ ପ୍ରତିଯୋଗୀଙ୍କୁ ଶେଷ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା ।

ତିନିଜଣ ଯାକ ପ୍ରତିଯୋଗୀଙ୍କ ଉତ୍ତର ଭିନ୍ନ ଭିନ୍ନ ଥିଲା । ମାତ୍ର ନେଲ୍‌-ପିଟ୍‌ରସଙ୍କ ଉତ୍ତର ଥିଲା ସମସ୍ତଙ୍କ ଠାରୁ ନିଆରା । ଉତ୍ତର ମାଧ୍ୟମରେ ତାଙ୍କ ବ୍ୟକ୍ତିତ୍ବ ପ୍ରତିଫଳନ ହେଉଥିଲା ଯାହା ବିଚାରପତି ସହିତ ଦର୍ଶକମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । କରତଳିରେ କମ୍ପି ଉଠିଥିଲା ପୁରା ମଞ୍ଚ ।

ଶେଷରେ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ମୁକୁଟର ବିଜୟିନୀ ହିସାବରେ ନେଲ୍‌-ପିଟ୍‌ରସଙ୍କ ନାମ ଘୋଷିତ ହୋଇଥିଲା ।

ଅନ୍ୟ ଦୁଇ ସୁନ୍ଦରୀଙ୍କ ମଧ୍ୟରୁ କଲମ୍ବିଆର ଲୌରା ଗୋଞ୍ଜାଲେଜ ପ୍ରଥମ ରନର୍ସ ଅପ ଓ ଜାମାଇକାର ଦେବିନା ବେନେଟ ଦ୍ଵିତୀୟ ରନର୍ସ ଅପ ଘୋଷିତ ହୋଇଥିଲେ ।

ପଢନ୍ତୁ, ୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ