News

ଶେଷରେ ନବମ ଦିନରେ ମିଳିଲା ନିଖୋଜ ବାୟୁସେନାର ଧ୍ୱଂସାବଶେଷ

Tt

ଗତ ଜୁନ 3ରୁ ନିଖୋଜ ଥିବା ଭାରତୀୟ ବାୟୁସେନାର ଏଏନ୍‌-32ର ଭଗ୍ନାବଶେଷ  ଠାବ ହୋଇଛି । ଆସାମର ଜୋରହାଟରୁ ଉଡ଼ାଣ ଭରିଥିବା ବିମାନ ଏଏନ୍‌-32ର କିଛି ଅଂଶ ଅରୁଣାଚଳପ୍ରଦେଶର ଲିପୋ ଅଞ୍ଚଳରେ ମିଳିଥିବା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।

ଗତ ଜୁନ୍‌ ୩ ତାରିଖରେ ଆସାମର ଜୋର୍‌ହାଟ୍‌ରୁ ଅରୁଣାଚଳ ପ୍ରଦେଶ ଅଭିମୂଖେ ଉଡ଼ାଣ ଭରିଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନଟି ଅରୁଣାଚଳ ପ୍ରଦେଶରେ ଅବତରଣ କିରିବା ପୂର୍ବରୁ ମଝିବାଟରେ ନିଖୋଜ ହୋଇ ଯାଇଥିଲା। ସେବେଠାରୁ ଭାରତୀୟ ବାୟୁସେନା ତା’ର ସମସ୍ତ ଅତ୍ୟାଧୁନିକ ବିମାନ ସମେତ ଇସ୍ରୋ ଉପଗ୍ରହ  ଜରିଆରେ ନିଖୋଜ ବିମାନଟିକୁ ସନ୍ଧାନ କରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲା। ଶେଷର ଗତ ଜୁନ୍‌ ୮ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ନିଖୋଜ ବିମାନ ସଂପର୍କରେ ଯିଏ କୌଣସି ବି ସୂଚନା ପ୍ରଦାନ କରିବ ତା’କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସୂରୁପ ପ୍ରଦାନ କରିବାକୁ ମଧ୍ୟ ବାୟୁସେନା ଘୋଷଣା କରିଥିଲା। ଅରୁଣାଚଳ ପ୍ରଦେଶର ଉତ୍ତର ଦିଗରେ ବିମାନଟି ଅବତରଣ କରିବା ସ୍ଥାନଠାରୁ ୧୫ରୁ ୨୦ କିମି ଭିତରେ ଏହି ବିମାନର ଧ୍ୱଂସାବଶେଷ ମିଳିଥିବା ଜାଣିବାକୁ ମିଳିଛି। ଧ୍ୱଂସାବଶେଷ ମିଳିଥିବା ସ୍ଥାନକୁ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିବା ବେଳେ ସବେଶଷ ବିବରଣୀକୁ ଅପେକ୍ଷା କରାଯାଇଛି।

O
O

ଏହି ନିଖୋଜ ଏଏନ୍‌-୩୨ ବିମାନରେ ଜଣେ ଓଡ଼ିଆ ବାୟୁସେନା ଅଧିକାରୀ ସୁମିତ ମହାନ୍ତି  ରହିଥିବା ବେଳେ ତାଙ୍କ ସଂପର୍କରେ ଅଧ୍ୟାବଧି କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।

ପଢନ୍ତୁ: ରଥଯାତ୍ରା ସିଧା ପ୍ରସାରଣ ଲାଗି ସମସ୍ତ ଚ୍ୟାନେଲକୁ ମିଳିଲା ଅନୁମତି

Related posts

ୟାଙ୍ଗନଠାରେ ଭାରତୀୟ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟନ କଲେ ରାଷ୍ଟ୍ରପତି

ENO Beuro

ଡାକ୍ତରଖାନାରେ ଓଲିଉଡର କମେଡି କିଙ୍ଗ ଜୟୀରାମ ସାମଲ

ENO Beuro

ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ,ଟପିଲା ୩୯ ଡିଗ୍ରୀ

ENO Beuro

Leave a Comment