25 C
Bhubaneswar
October 25, 2020
EnewsOdia.Com
ଦେଶ ବିଦେଶ

ସାଂସଦ ସନ୍ନି ଦେଓଲ ନିଖୋଜ ନେଇ ଲାଗିଲା ପୋଷ୍ଟର

ନିଖୋଜ ବଲିଉଡ ହିରୋ ସନ୍ନି ଦେଓଲ। ପ୍ରଥମ ଥର ପଞ୍ଜାବର ଗୁରୁଦାସପୁର ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସାଂସଦ ସନ୍ନି ଦେଓଲ ନିଖୋଜ ହୋଇଥିବା ନେଇ ପଠାନ୍‌କୋଟ୍‌ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସାଂସଦ ସନ୍ନି ଦେଓଲ ନିଖୋଜ ହୋଇଥିବା ନେଇ ପଠାନ୍‌କୋଟର ରେଳ ଷ୍ଟେସନ, ପାର୍କ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।

ସୁଚାନାନୁସାରେ, ସନ୍ନି ଦେଓଲ ନିଖୋଜ ହୋଇନାହାନ୍ତି । ଗୁରୁଦାସପୁର ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିର୍ବାଚନମଣ୍ଡଳୀ ବୁଲି ଯାଇ ନାହାନ୍ତି। ନିର୍ବାଚନମଣ୍ଡଳୀର ଲୋକେ ତାଙ୍କୁ ମଧ୍ୟ ସାକ୍ଷାତ କରିପାରୁ ନାହାନ୍ତି। ଏଣୁ ଲୋକମାନେ କ୍ରୋଧିତ ହୋଇ ସାଂସଦ ସନ୍ନି ଦେଓଲ ନିଖୋଜ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ସେହିଭଳି ସାଂସଦ ଭାବେ ନିର୍ବାଚିତ ହେବା ପରେ ଲୋକସଭାରେ ସନ୍ନି ଦେଓଲଙ୍କ ଉପସ୍ଥାନ ମଧ୍ୟ ଭଲ ନାହିଁ। ସଂସଦର ମୌସୁମୀ ଅଧିବେଶନରେ ମାତ୍ର ୫ ଦିନ ଉପସ୍ଥିତ ରହିବା ପରେ ତାଙ୍କୁ ଆଉ ଦେଖିବାକୁ ମିଳି ନଥିଲା।

ପଢନ୍ତୁ: ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ମାଇକେଲ ଦେବବ୍ରତ ପାତ୍ର

Related posts

ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

Ratnamani Maharana

କଥା କହିଲେ ଉଡିବ ଯୁଦ୍ଧ ବିମାନ

Ratnamani Maharana

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More