‘ମିସିଙ୍ଗ’ ସିନେମାରେ ମୁଖ୍ୟ ଭୂମିକାରେ ତବୁଙ୍କୁ ଦେଖିବାକୁ ପାଇବେ
ମନୋଜ ବାଜପେୟୀଙ୍କ ହୋମ ପ୍ରଡକଶନ୍ର ମୁଭି ‘ମିସିଙ୍ଗ’ର ନୂଆ ପୋଷ୍ଟର ରିଲିଜ୍ ହୋଇଛି। ଏହି ନୂଆ ପୋଷ୍ଟରରେ ମୁଖ୍ୟ ଭୂମିକାରେ ଥିବା ନାୟିକା ତବୁଙ୍କୁ ଦେଖିବାକୁ ମିଳିଛି । ଏହା ଏକ ସାଇକୋ ଥ୍ରିଲର ଫିଲ୍ମ। ଏଥିରେ ମନୋଜ ବାଜେପେୟୀ ତବୁଙ୍କ ପତି ଭୂମିକାରେ ନଜରକୁ ଆସୁଥିବା ବେଳେ ଅନୁ କପୁରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ ଫିଲ୍ମ ‘ମିସିଙ୍ଗ’ରେ।
ମନୋଜ ବାଜପେୟୀଙ୍କ ଏହା ହୋମ୍ ପ୍ରଡକଶନ୍ ହୋଇଥିବା ବେଳେ ତାଙ୍କ ପତ୍ନୀ ପ୍ରଯୋଜନାର କିଛି ଅଂଶ ସମ୍ଭାଳିଛନ୍ତି। ଏପ୍ରିଲ ୬ରେ ଏହା ପରଦାକୁ ଆସିବାର ଯୋଜନା ରହିଛି । ଫିଲ୍ମର ସ୍କ୍ରିପ୍ଟ ଓ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ମୁକୁଲ ଅଭୟଙ୍କର। ମନୋଜଙ୍କ ଏହା ହୋମ୍ ପ୍ରଡକଶନ୍ ହୋଇଥିବାରୁ ଫିଲ୍ମର ରିଲିଜ୍କୁ ନେଇ ସେ ଅଧିକ ଏକ୍ସାଇଟେଡ୍ ଥିବା ଏକ ସାକ୍ଷାତକାରରେ କହିଛନ୍ତି।
ଜଣେ ପୋଲିସ ଅଧିକାରୀ ଭୂମିକାରେ ଆସୁଥିବା ଅନୁ କପୁର ଏହି ଫିଲ୍ମ ପାଇଁ ଫ୍ରେଞ୍ଚ ଶିଖିଥିବା ଶୁଣିବାକୁ ମିଳେ। ତା’ଛଡା ଫିଲ୍ମ ଦୁନିଆରେ ଏତେ ବର୍ଷ କାମ କରିବା ପରେ ମଧ୍ୟ ଅନୁ କପୁର ତାଙ୍କ ଚରିତ୍ରରେ ସମ୍ପୂର୍ଣ୍ଣ ବୁଡି ଯାଇ କାମ କରିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ନିର୍ମାତା ଓ ନିର୍ଦ୍ଦେଶକ ଖୁବ୍ ଖୁସିଥିବା ଜଣାପଡିଛି ।
ପଢନ୍ତୁ ;
ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ?