Loading...

ଆଜିଠୁ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁ ଡ୍ରାଇଭ

ଆଜିଠୁ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁ ଡ୍ରାଇଭ

ମିଶନ ଇନ୍ଦ୍ରଧନୁ ଡ୍ରାଇଭ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଡ୍ରାଇଭରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ମିଶନ ଇନ୍ଦ୍ରଧନୁ ଡ୍ରାଇଭ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଡ୍ରାଇଭରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଯେକୌଣସି ଟିକାରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ଏନେଇ ସମସ୍ତ ଜିଲ୍ଲାରେ ଟୀକାକରଣ ହେବା ସହ U-WIN ଡିଜିଟାଲ ପୋର୍ଟାଲରେ ପଞ୍ଜୀକରଣ କରାଯିବ ବୋଲି ଜଣାପଡ଼ିଛି ।ଏହି ଡ୍ରାଇଭ୍‌ରେ ୫ ବର୍ଷରୁ କମ ଏବଂ ପ୍ରସୂତି ମହିଳାଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରଖାଯାଇଛି । ଏହି ଡ୍ରାଇଭ୍‌ରେ ଯେକୌଣସି ଟିକାରୁ ବଞ୍ଚିତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ କରାଯିବ । ସବୁ ଜିଲ୍ଲାରେ ହେବ ଟୀକାକରଣ । ଏନେଇ U-WIN ଡିଜିଟାଲ୍‌ ପୋର୍ଟାଲରେ ପଞ୍ଜୀକରଣ କରାଯିବ । ଏହି ମିଶନ ଇନ୍ଦ୍ରଧନୁ ଡ୍ରାଇଭ୍‌ରେ ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯାଉଥିବା ବେଳେ ଏବେ ୫ ବର୍ଷରୁ କମ ପିଲାଙ୍କୁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ ।

ଅନ୍ୟପଟେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ତାରିଖରୁ ୧୪ ତାରିଖ ଓ ତୃତୀୟ ପର୍ଯ୍ୟାୟରେ ନଭେମ୍ବର ମାସରେ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ସପ୍ତାହକୁ ୬ ଦିନ ହେବ ଏହି ଟୀକାକରଣ । ଯେକୌଣସି ଡୋଜ୍‌ ବାକି ଥିଲେ ମଧ୍ୟ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରିଛି ସ୍ବାସ୍ଥ୍ୟ ବିଭାଗ । ଦେଶରେ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରହିଛି । ୨୦୧୯-୨୦୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-5 ରିପୋର୍ଟ ଅନୁସାରେ ୯୦.୫ ପ୍ରତିଶତ ଟୀକାକରଣ ହୋଇଛି । ଜାତୀୟ ହାର ୭୬ ଥିବା ବେଳେ ଓଡ଼ିଶା ଅଧିକ ରହିଛି ଟୀକାକରଣ ହାର । ୨୦ଟି ଜିଲ୍ଲାରେ ୯୦ ପ୍ରତିଶତ ଉପରେ ହୋଇଛି ଟୀକାକରଣ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.