Entertainment

ବହୁ ବିବାଦ ପରେ ବିବାହ କଲେ ବଲିଉଡ ସୁପରଷ୍ଟାରଙ୍କ ପୁଅ

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ମଙ୍ଗଳବାର ଦିନ ଅଭିନେତ୍ରୀ ମଦାଲସା ଶର୍ମାଙ୍କୁ ବିବାହ କରିଛନ୍ତି । ମହାଅକ୍ଷୟଙ୍କୁ ଦୁଷ୍କର୍ମ ଏବଂ ଧୋକା ଦେବା ମାମଲାରେ ୭ ଜୁଲାଇରେ ବେଲ୍ ମିଳିଥିଲା । ବେଲ୍ ମିଳିଲା ପରେ ସେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।

ବିବାହର ମାତ୍ର କିଛି ଦିନ ପୂର୍ବେ ଜଣେ ଭୋଜପୁରୀ ଅଭିନେତ୍ରୀ ମହାକ୍ଷୟ ଓ ତାଙ୍କ ମା’ ଯୋଗିତାବାଲୀଙ୍କ ନାମରେ ଗର୍ଭପାତ ଓ ବଳାତ୍କାର ଅଭିଯୋଗ ଆଣିବା ପରେ ବିବାଦ ଘନୀଭୂତ ହୋଇଥିଲା। ଦିଲ୍ଲୀର ରୋହିଣୀ କୋର୍ଟରେ ମହାକ୍ଷୟ ଓ ଯୋଗିତାବାଲୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦିଆଯାଇ ଥିଲା। ଫଳରେ ଯୋଗିତା ବାଲୀ ଓ ମହାକ୍ଷୟ ମୁମ୍ବଇ ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଏଠାରେ ଆମେ କହି ରଖୁଛୁ ଯେ ମଦଲାସା ଦକ୍ଷୀଣ ଭାରତର ଫିଲ୍ମ ଯଥା ଫିଟିଂ ମାଷ୍ଟର, ଆଲସ୍ୟମ ଅମୃତମ, ପଠାୟମରାମ କୋଡି ଏବଂ ପଟିୟାଲା ଡ୍ରିମରେ କାମ କରିଛନ୍ତି, ଯେପରିକି ମହାକ୍ଷୟ ନିଜ କ୍ୟାରିଅର ଆରମ୍ଭ ବଲିଉଡ ଫିଲ୍ମ ଜିମିରୁ କରିଥିଲେ।

ପଢନ୍ତୁ;ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

Related posts

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା ଏବଂ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

ENO Beuro

Suresh Panda || Special Interview || Jatra Duniya || Tulasi Gananatya

ENO Beuro

ରିଲିଜ ହେଲା ‘ମଣିକର୍ଣ୍ଣିକା’ ଫିଲ୍ମର ଟିଜର

ENO Beuro

1 comment

Leave a Comment