POLITICALS

ପରାଜିତ ହେଲେ ମିଜୋରମ ମୁଖ୍ୟମନ୍ତ୍ରୀ ଥାନହଲା

lal

ମିଜୋରାମରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା ପରାସ୍ତ ହୋଇଛନ୍ତି। ସେ ଚମ୍ଫାଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନହଲା ନିଜେ ଦୁଇ ଦୁଇଟି ଆସନରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ରାଜ୍ୟରେ କଂଗ୍ରେସ କ୍ଷମତାରୁ ହଟିଯିବା ପରି ମନେହେଉଛି।

lal

ଥାନହାୱଲ ଚମ୍ପାଇ ସାଉଥ ଆସନରୁ ସେ ପ୍ରାର୍ଥୀ ହୋଇଥିଲେ । ତେବେ ମିଜୋ ନାସନାଲ ଫ୍ରଂଟ ନେତା ଟିଜେ ଲାଲନୁନ୍ତଲୁଙ୍ଗା ତାଙ୍କୁ ପରାସ୍ତ କରିଛନ୍ତି । ସେହିପରି ସେରଚିପ ଆସନରୁ ମଧ୍ୟ ସେ ପ୍ରାର୍ଥୀ ଭାବେ ଲଢ଼ିଥିଲେ । କିନ୍ତୁ ସେଠାରେ ସ୍ୱାଧୀନ ଭାବେ ଲଢ଼ିଥିବା ଲାଲ ଡୁହୋମ ତାଙ୍କୁ ପରାସ୍ତ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ,ମିଜୋରାମରେ ସରକାର ଗଠନ କରିଥିବା କଂଗ୍ରେସ କ୍ଷମତାଚ୍ୟୁତ ହେବାକୁ ଯାଉଛି। ଏଠାରେ ଏମଏନ୍‌ଏଫ୍‌ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି। ତେଣୁ ଏଠାରେ ଏମ୍‌ଏନ୍‌ଏଫ୍‌ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ହେଉଛି ୨୧।

ପଢନ୍ତୁ; ଆଜିଠାରୁ ସଂସଦର ଶୀତ ଅଧିବେଶନ

Related posts

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ENO Beuro

ଆମେଥିରେ କଂଗ୍ରେସ ଅଧକ୍ଷ ରାହୁଲଙ୍କ ପଛରେ ସ୍ମୃତି ଇରାନୀ

Ratnamani Moharana

ବିଜେପୁର ଉପ ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ-ସ୍ମୃତି

ENO Beuro

Leave a Comment