News

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

akbar

ବଲିଉଡରେ କିଛିଦିନ ହେବ ଯୌନ ନିର୍ଯ୍ୟାତନାକୁ ନେଇ ଝଡ ଲାଗିରହିଥିବାର ଦେଖିବାକୁ ମିଳୁଛି । ସତରେ ଏହି ଝଡକୁ ଦେଖି ଅନୁମାନ କରିହେଉଛି ବଲିଉଡରେ ଯେପରି କାହାର ନଜର ଲାଗି ରହିଛି । “ମି ଠୁ” ଅଭିଯାନକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଯାଇଛି ଗୋଟେ ସିରିୟସ ବାଲା ଝଡ।

akbar

ଯୌନ ନିର୍ଯ୍ୟାତନା ଅଭିଯୋଗର ସାମ୍ନା କରୁଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ.ଜେ ଆକବର ରବିବାର ସ୍ପଷ୍ଟୀକରଣ ଦେବା ପରେ ସୋମବାର ଆଇନର ବାଟ ଆପଣାଇଛନ୍ତି। ସେ ଅଭିଯୋଗ କାରିଣୀ ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ଫୌଜଦାରୀ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ଆକବରଙ୍କ ଓକିଲ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଏହି ମକଦ୍ଦମା ରୁଜୁ କରିଛନ୍ତି।

ସୁଚନାରୁ ପ୍ରକାଶ, ଆକବରଙ୍କ ବିରୋଧରେ ପ୍ରାୟ ୭ ଜଣ ମହିଳା ସାମ୍ବାଦିକ ଯୌନଶୋଷଣର ଅଭିଯୋଗ ଆଣିଛନ୍ତି । ଏଭଳିକ୍ଷେତ୍ରରେ ଦୁଏତ ଆକବରଙ୍କୁ ମନ୍ତ୍ରୀପଦରୁ ବିଦା କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଥିବାର ସୂଚନା ମିଳିଛି । ଏମ୍‌. ଜେ. ଆକବର ସାମ୍ବାଦିକ ଥିବା ସମୟରେ ସହକର୍ମଚାରୀଙ୍କ ସହ ଅସଦାଚରଣ, ଅଶ୍ଳୀଳ କଥାବାର୍ତ୍ତା କରିଥିବା ନେଇ ଅଭିଯୋଗ ହୋଇଛି।

ପଢନ୍ତୁ;ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

Related posts

ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

ENO Beuro

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

ENO Beuro

ସେଲ୍ଫି ନେଉଥିବାବେଳେ ଅଘଟଣ:ପାହାଡରୁ ସମୁଦ୍ରକୁ ଖସି ପଡିଲେ ଭାରତୀୟ ଛାତ୍ର

ENO Beuro

Leave a Comment