POLITICALS

ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା

ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମହିଳାଙ୍କ ପ୍ରତି ତାଚ୍ଛଲ୍ୟପୂର୍ଣ୍ଣ ମନ୍ତବ୍ୟ ଦବା ଘଟଣାକୁ ନେଇ ଗୁରୁତ୍ତର ପରିସ୍ଥିତି ସୃଷ୍ଟି ହେଇଛି । ଏହାକୁ ନେଇ ଅଙ୍ଗନବାଡି କର୍ମୀ ଓ ବିଜେପି ମହିଳା ମୋର୍ଚ୍ଚା ଅନେକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାମଙ୍କ କୁଶ ପୁତ୍ତଳିକା ପୋଡିଛନ୍ତି । ଗତକାଲି ଅପରାହ୍ନରେ ଦାମଙ୍କ ସରକାରୀ ବାସଭବନ ଆଡକୁ ଶହ ଶହ ମହିଳା ମାଡି ଆସିବା ଯୋଗୁଁ ପରିସ୍ଥିତି ସଙ୍ଗିନ ହେଇଛି ।

ଏହି ଘଟଣାକୁ ନେଇ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଦାମଙ୍କ ଘର ଆଗରେ ବଢିଛି ସୁରକ୍ଷା । ପୁଲିସ ଛାଉଣୀରେ ପରିଣତ ହୋଇଛି କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସରକାରୀ ବାସଭବନ । ଅଙ୍ଗନୱାଡି କର୍ମୀଙ୍କୁ ନେଇ ଦାମୋଦର ରାଉତଙ୍କ ଯେଉଁ ବିବାଦୀୟ ବୟାନ ଦେଇଛନ୍ତି ତା ପରେ ଘର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ସେହି ଭୟରେ କମିସନରେଟ ପୁଲିସ ପକ୍ଷରୁ ମନ୍ତ୍ରୀ ଦାମ ରାଉତଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ମନ୍ତ୍ରୀ ଦାମଙ୍କ ଇସ୍ତଫା ଦାବିରେ ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିଛନ୍ତି । କ୍ଷମା ନାମାଗିଲେ ଆନ୍ଦୋଳନ ଜୋର ହେବ ବୋଲି ଚର୍ଚ୍ଚା ।

ଆନ୍ଦୋଳନରେ ବସିଥିବା ଅଙ୍ଗନୱାଡି  କର୍ମୀଙ୍କୁସ୍ୱାମୀ ଛାଡି” ବୋଲି ମନ୍ତବ୍ୟ ଦେଇଥିଲେ  ଦାମ ରାଉତଙ୍କ ଏଭଳି ବିବାଦୀୟ ବୟାନ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଯଦି ଦାମ ରାଉତ ଏପରି କହିଥିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ସେ ଲକ୍ଷ୍ମଣ ରେଖା ପାର କରୁଛନ୍ତି ବୋଲି କହିଛନ୍ତି ବିଜେଡିର ଆଉ ଜଣେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ।

ଦାମଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସେ କହିଛନ୍ତି ରାଜନୀତିରେ ତାଚ୍ଛଲ୍ୟ ଇଙ୍ଗିତ ଥାଏ, କିନ୍ତୁ ଏକ ଶାଳୀନତା ମଧ୍ୟ ରହିବା କଥା । ଦାମ ବାବୁଙ୍କ ଭଳି ଏକ ନେତାର ପାତିରୁ ଏଭଳି କଥା ସୋଭା ଦିଏନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ।

ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା

ପଢନ୍ତୁ, ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ 

Related posts

ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି

ENO Beuro

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

ENO Beuro

ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଜୁଏଲ ଓରାମ୍

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More