EnewsOdia.Com

ନବୀନ ନିବାସ ଆଗରେ ସୁରଙ୍କ ଆତ୍ମାହୂତୀ ଧମକ

ନବୀନ ନିବାସ ଆଗରେ ବିଧାୟକ ସୁର ରାଉତରାୟଙ୍କ ଆତ୍ମାହୁତି ଧମକ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର ନାଁ ଧରୁ ନାହାନ୍ତି ସରକାର। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଆଗାମୀ ୩୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହେଲେ ଜାନୁଆରୀ ୨୭ ତାରିଖ ଦିନ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହାର ନେତୃତ୍ୱ ଖୋଦ ଜଟଣୀ ବିଧାୟକ ସୁର ରାଉତରାୟ ନେବେ ।

ଜଟଣୀ ଅଞ୍ଚଳର ସ୍ଥିତିବାନ ଜମି ଫେରସ୍ତ ଓ ଦାରୁଠେଙ୍ଗ ଡ଼ମ୍ପିୟାଡ଼ ସ୍ଥାନାନ୍ତର ଦାବିରେ କଂଗ୍ରେସର ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି ।ଲୋକଙ୍କ ସମସ୍ୟା ନିମନ୍ତେ ଏକ ବିଶାଳ ରାଲିରେ ଆସି ପ୍ରଥମେ ସେ ନବୀନ ନିବାସ ସମ୍ମୁଖରେ ଆତ୍ମାହୂତି ଦେବେ । ଏହାପରେ ଆହୁରି ୧୦୦ ଜଣ ଏପରି କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁର ରାଉତରାୟ ଜଣାଇଛନ୍ତି ।

ସୂଚନାନୁସାରେ, ଜଟଣୀ ଅଞ୍ଚଳର୨୭ଟି ଗାଁ ଲୋକଙ୍କ ସ୍ଥିତିବାନ ସଂପତ୍ତିକୁ ୨୦୧୨ରେ ରାଜ୍ୟ ସରକାର ଜଗନ୍ନାଥ ସଂପତ୍ତି ଭାବେ ଦର୍ଶାଇଥିଲେ। ଏଣୁ ଗାଁ ଲୋକେ ନିଜ ଜମି ଥାଇ ବି କୌଣସି ନିର୍ମାଣ କାର୍ଯ୍ୟ କରିପାରୁ ନାହାନ୍ତି। ଏପରିକି ଗାଁରେ କୌଣସି ପ୍ରକାର ସାମୁହିକ ଉନ୍ନୟନ ପ୍ରକଳ୍ପ ହୋଇ ପାରୁନାହିଁ । ଜଗନ୍ନାଥ ଜମିକୁ ଲୋକଙ୍କୁ ଫେରାଇବାକୁ ଦାବି କରିଛନ୍ତି ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ସରକାର ତାହା ପାଳନ କରୁନଥିବାକଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି।

ପଢନ୍ତୁ:ବି.ଜେ.ଡି ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳ

ସମ୍ବନ୍ଧିତ ଖବର

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Ratnamani Maharana

୨୩ରୁ ପୁଣି ଲେଉଟିବ ଶୀତ

Ratnamani Maharana

ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

Ratnamani Maharana

କାହିଁକି ସେନାଙ୍କ ପାଇଁ ନିଷେଧ ହୋଇନଥାଏ ମଦ : ଜାଣନ୍ତୁ ଏହାର କାରଣ

Ratnamani Maharana

ଏବେ ଦକ୍ଷୀଣ କୋରିଆରେ କାୟା ମେଲାଉଛି କରୋନା

Ratnamani Maharana

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭାରଦ୍ୱାଜ୍

Ratnamani Maharana