POLITICALS

କର୍ଣ୍ଣାଟକ ରାଜନୀତି ଡ୍ରାମାରେ ଟୁଇଷ୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ବିଧାୟକ

Untitled 1

କର୍ଣ୍ଣାଟକ  ରାଜନୀତି ଡ୍ରାମାରେ ଟୁଇଷ୍ଟ ପରେ ଟୁଇଷ୍ଟ ଦେଖିବାକୁ ମିଳୁଛି। ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ଜେଡିଏସ-କଂଗ୍ରେସ ବିଧାୟକ । ବାଚସ୍ପତି କେ.ଆର. ରମେଶ କୁମାର ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ସେମାନେ ବାଚସ୍ପତିଙ୍କ ବିରୋଧରେ ବୁଧବାର ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି।  ଆଇନଜୀବୀ ମୁକୁଲ ରୋହତଗି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଗରେ ବିଧାୟକଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି କର୍ଣ୍ଣାଟକା ବାଚସ୍ପତି ନିଜ କାର୍ଯ୍ୟରେ ପାତର ଅନ୍ତର କରୁଛନ୍ତି। ସେଥିପାଇଁ ରାଜନୀତିକ ଅସ୍ଥିରତା ଦେଖାଦେଇଛି। ଏହି ମାମଲାରେ ଆଜି କିମ୍ୱା କାଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି କରିପାରନ୍ତି ବୋଲି ସୂଚନା ରହିଛି।

 

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବାଚସ୍ପତି ୮ ବିଧାୟକଙ୍କ ଇସ୍ତଫା ଅଗ୍ରାହ୍ୟ କରିଦେଇଥିଲେ। ବିଧାୟକମାନେ ନିୟମ ଅନୁସାରେ ଇସ୍ତଫା ଦେଇ ନ ଥିବା ଦର୍ଶାଇଥିଲେ। ଏହା ସହିତ ବିଧାୟକମାନେ ସ୍ବତ୍ତଃପ୍ରବୃତ ଭାବେ ଇସ୍ତଫା ଦେଇଛନ୍ତି କି ନାହିଁ ତାହା ନିଶ୍ଚିତ ହେବା ଲାଗି ସେ ସେମାନଙ୍କୁ ଭେଟିବା ଦରକାର ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ବିଧାୟକମାନେ ବାଚସ୍ପତିଙ୍କୁ ନ ଭେଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପଢନ୍ତୁ: ଇଟାଲୀର ନାପୋଲିରେ ଚମକିଲେ ଦୂତୀ ଚାନ୍ଦ, ଇଂରାଜୀ ପତ୍ରିକାର କଭର୍‌ ପେଜ୍‌ରେ ଚମକିଲେ

Related posts

ଲୋକସଭା ନିର୍ବାଚନ ଲଢିବେନି ମାୟାବତୀ

ENO Beuro

ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

ENO Beuro

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Ratnamani Moharana

Leave a Comment