News

‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

cycle

ଆଜି ରାଜଧାନୀରେ ବିଡିଏ ପକ୍ଷରୁ ମୋ ସାଇକେଲ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୦ଟା ୩୦ରେ ଏୟାରପୋର୍ଟ ଛକରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋ ସାଇକେଲ ଆପକୁ ଉଦଘାଟନ କରିଛନ୍ତି । ଏଥିପାଇଁ ରାଜଧାନୀରେ ଏକ ସାଇକେଲ ଟ୍ରାକ୍ ପ୍ରସ୍ତୁତ କରାଯାଇଛି ।

cycle

ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ୍ ଗଡ଼ିବ। ଏହି ସାଇକେଲ୍ ଜିପିଏସ୍ ବ୍ୟବସ୍ଥାରେ ଚାଲିବାକୁ ଥିବା ବେଳେ ଅନ୍ଲାଇନରେ ବୁକିଂ ବ୍ୟବସ୍ଥା ବି ରହିଛି। ଗଡ଼ିବାକୁ ଥିବା ୨୦୦୦ ସାଇକେଲ୍ରୁ ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବା ବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍ ଯୋଗାଇଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ କମ୍ପାନୀ ପକ୍ଷରୁ ୧୨୦ଟିସ୍ଥାନରେ ସାଇକେଲ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଉଛି । ଏଥି ସହିତ ଗୋଟିଏ ସାଇକେଲ ଜଣେ ବ୍ୟକ୍ତି ଗୋଟିଏ ପଏଣ୍ଟରୁ ନେବା ପରେ ସେହି ସାଇକେଲକୁ ଯେ କୌଣସି ସାଇକେଲ ଷ୍ଟାଣ୍ଡରେ ଡିପୋଜିଟ୍ ଦେଇପାରିବେ। ଏଥିସହିତ ଜଣେ ବ୍ୟକ୍ତି ଶହେ ଟଙ୍କା ଦେଇ ମେମ୍ବର ହେଲେ ଗୋଟିଏ ମାସ ପାଇଁ ୧୫ ଘଣ୍ଟା ସାଇକେଲ ଚଲାଇପାରିବ । ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଅଧଘଣ୍ଟା ସାଇକେଲ ନେବା ପରେ ଯଦି ଅଧିକ ସମୟ ଚାହାନ୍ତି ତେବେ ପ୍ରତି ଘଣ୍ଟାକୁ ୫ଟଙ୍କା ଅଧିକ ଦେବାକୁ ପଡିବ ।

ପଢନ୍ତୁ;  ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

Related posts

କୁନ୍ଦୁଲି ଗଣବଳାତ୍କାର : ପ୍ରତିବାଦରେ ଓଡ଼ିଶା ବନ୍ଦ ,କଂଗ୍ରେସ ଓ ବିଜେପିର ୧୨ ଘଣ୍ଟିଆ ବନ୍ଦ

ENO Beuro

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ENO Beuro

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ENO Beuro

Leave a Comment