News

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ’ଯୋଜନା: ୧୬ ଜିଲ୍ଲା ୧୩୯୮ ସ୍କୁଲ ସାମିଲ

nabin

ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପର ସପ୍ତମ ପର୍ଯ୍ୟାୟରେ ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ ହୋଇଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ଏହି ସମସ୍ତ ଜିଲାରେ ‘ମୋ ସ୍କୁଲ’ ଯୋଜନାରେ ୯କାଟି ୧୬ଲକ୍ଷ ୬୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯିବ।

nabin

ଏଥିରୁ ରାଜ୍ୟ ସରକାର ୬କୋଟି ୧୧ଲକ୍ଷ ୧୦ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ଜନସାଧାରଣଙ୍କଠାରୁ ୩କୋଟି ୫ଲକ୍ଷ ୫୫ହଜାର ଟଙ୍କା ସଂଗୃହିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସ୍କୁଲ’ ଯୋଜନାର ସପ୍ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସ୍ଥିର କରାଯାଇଛି।

ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୬ତାରିଖରୁ ଜିଲା, ବ୍ଲକ୍‌, ସ୍କୁଲ ସ୍ତରରେ ଆଲୁମ୍‌ନି ମିଟ୍‌ କରାଯାଇ ଏହି ଯୋଜନାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଫଟୋ ପ୍ରଦର୍ଶନୀ, ସ୍ମୃତି ଶୋଭାଯାତ୍ରା, ବନ୍ଧୁତ୍ୱ ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହି କ୍ରମରେ ‘ମୋ ସ୍କୁଲ’ ପରିଯୋଜନା ପରାମର୍ଶଦାତା ସଦସ୍ୟ ପ୍ରଫେସର ଯତୀନ ନାୟକଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଓ ରାଜ୍ୟ ବାହାରୁ ସାମିଲ ହୋଇଥିବା ୧ ଶହ ବିଦ୍ୟାର୍ଥୀଙ୍କୁ ନେଇ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତି ପାଇଁ ପ୍ରସ୍ତାବ କରାଯାଇଛି।

ପଢନ୍ତୁ; ପ୍ରଥମଥର ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତିଲା ଭାରତ

Related posts

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ENO Beuro

କୋହଲି, ମୀରାବାଈ ପାଇଲେ ଖେଳ ରତ୍ନ ,ନୀରଜଙ୍କ ସମେତ ୨୦ ଖେଳାଳିଙ୍କୁ ଅର୍ଜୁନ

ENO Beuro

ଆଜି ଲୋକସଭାରେ ଆଗତ ହେବ ତିନି ତଲାକ୍ ବିଲ୍

ENO Beuro

Leave a Comment