News

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ଗତକାଲି (ନଭେମ୍ବର ୨ ଗୁରୁବାର) ହୋଇଥିବା ଆଧାର ଆଇନର ସାମ୍ବିଧାନିକ ବୈଦ୍ଧତା ସଂପର୍କୀତ ଏକ ଆବେଦନକୁ ଗ୍ରହଣ କରିବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ ସୁପ୍ରିମକୋର୍ଟ । କାରଣ କେନ୍ଦ୍ରରେ ମୋଦି ସରକାର ବିଭିନ୍ନ ସରକାରୀ ସେବା ଓ ଯୋଜନାରେ ଆଧାରକୁ ବାଧ୍ୟତାମୂଳକ କରି ସମାଲୋଚନାର ଶିକାର ହେଉଛନ୍ତି । ଆଧାରକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ୧୧୩ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି  ।

ଆଇନଜୀବୀ ଜୋହେବ ହୁସେନଙ୍କ ଜରିଆରେ ଗୁରୁବାର ନଭେମ୍ବର ୨ରେ ଏହି ସତ୍ୟପାଠ ଦାଖଲ କରିଛନ୍ତି । ଲୋକନୀତି ଫାଉଣ୍ଡେସନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହିଁ ଆଧାରକୁ ଫୋନ ନମ୍ବର ସହ ଯୋଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି । ତେଣୁ ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ସମସ୍ତେ ନିଜ ମୋବାଇଲ ଫୋନକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ଏବଂ ସରକାର କେବଳ ବ୍ୟାଙ୍କ ଖାତା ସହ ଆଧାର ଯୋଡିବାର ସମୟ ସୀମାକୁ ୨୦୧୮ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି ।

ଏପଟେ କର୍ଣ୍ଣାଟକର ମାଥ୍ୟୁ ଥୋମାସ ଆଧାରକୁ ଚ୍ୟାଲେଞ୍ଜ କରି ଅନେକ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ପଡିରହିଥିବାବେଳେ ଏହାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ । ତାଙ୍କ ମତରେ ବ୍ୟାଙ୍କ ଖାତା ଓ ମୋବାଇଲ ଫୋନ ସହ ଆଧାରକୁ ଲିଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି, ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁଣ୍ଣ କରୁଛି । ଏଣୁ ତାଙ୍କ ଓକିଲ ଜଷ୍ଟିସ ଜେ. ଚେଲାମେଶ୍ୱରଙ୍କ ଖଣ୍ଡପୀଠରେ ଆଧାର ସଂପର୍କୀତ ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ।  ଏହାପରେ କୋର୍ଟ ବିଚାର ପାଇଁ ଆବେଦନକୁ ଗ୍ରହଣ କରିଛନ୍ତି ।

 

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ପଢନ୍ତୁ, ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

Related posts

ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

ପାକିସ୍ତାନ ଆକାଶରେ ପୁଣି ଉଡିବ ଭାରତୀୟ ବିମାନ

Ratnamani Moharana

ଭାରତୀୟ ଯବାନଙ୍କ ଗିନିସ୍‌ ରେକର୍ଡ, ଗୋଟିଏ ବାଇକ୍‌ରେ ୫୮ଜଣଙ୍କ ଅଦ୍ଭୁତ ଷ୍ଟଣ୍ଟ

ENO Beuro

3 comments

Leave a Comment