News

ଚାର୍ଜରେ ବସିଥିବା ଫୋନ୍‌ରେ କଥା ହୋଇ ଯୁବକଙ୍କ ମୃତ୍ୟୁ

ଆନ୍ଦ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲା କାଣିଗିରି ମଣ୍ଡଳ ଅନ୍ତର୍ଗତ ବାଗୁପଲ୍ଲୀ ଗାଁ’ରେ ଚାର୍ଜରେ ବସିଥିବା ଫୋନ୍‌ରେ କଥା କହିଲା ବେଳେ ବିଜୁଳି ଆଘାତ ଯୋଗୁ ପ୍ରାଣ ହରାଇଛନ୍ତି। ୩୧ ବର୍ଷୀୟ ଉକ୍ତ ବ୍ୟକ୍ତି ଜଣଙ୍କ ଦିବ୍ୟାଙ୍ଗ ଅଟନ୍ତି।

ତାଙ୍କ ଘରୁ ବିସ୍ଫୋରଣର ଶବ୍ଦ ହେବା ପରେ ପଡୋଶୀ ମାନେ ସେଠାକୁ ଯାଇଥିଲେ। ତାଙ୍କ ବାମ ହାତରେ ଥିଲା ମୋବାଇଲ୍‌ ଫୋନ୍‌। ତାଙ୍କୁ ଡାକ୍ତରଖାନା ନିଆଯିବାରୁ ଡାକ୍ତରମାନେ କହିଲେ କି, ବିଜୁଳି ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ସାରିଛି। ମାସିକ ୧୦୦୦ ଟଙ୍କା ସରକାରୀ ଦିବ୍ୟାଙ୍ଗ ବର୍ଗରେ ଭତ୍ତା ପାଇ ସେ ଚଳୁଥିଲେ। କିଛି ବର୍ଷ ତଳେ ତାଙ୍କ ପିତାମାତାଙ୍କର ଦେହାନ୍ତ ହୋଇ ଯାଇଥିଲା

ଖୋଳର ପଛପଟରୁ ସାମ୍‌ସଙ୍ଗ୍‌ କମ୍ପାନିର ମୋବାଇଲ ବୋଲି ଜଣାପଡୁଛି। କିନ୍ତୁ, ଏଇଟା ନିଶ୍ଚୟ ସ୍ମାର୍ଟ ଫୋନ୍‌ ନୁହେଁ। ଏହା ପୁରୁଣା ନୋକିଆ କିପ୍ୟାଡ୍‌ ଫୋନ୍‌ ପରି ଜଣାପଡୁଛି। ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ପଢନ୍ତୁ;ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ

Related posts

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ପାରାଦୀପରେ ମାଛ ମଡ଼କ

ENO Beuro

ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More