News

ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ବ୍ୟାଟେରି ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

ଫାଟିଗଲା ମୋବାଇଲ

ନୂଆପଡ଼ା ଜିଲ୍ଲା କୋମନା ଥାନା କାଲିମାଟି ଗାଁରେ ଏକ ମୋବାଇଲ ଫାଟି ଜଣେ ୮ମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କୃତ୍ତିବାସ ମାଝି। ତାଙ୍କ ବାମ ଆଖି ଓ ହାତରେ ଗୁରୁତର ଆଘାତ ଲାଗିଛି। ପେଟର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତାଙ୍କ ବାମ ଆଖି ନଷ୍ଟ ହୋଇଯାଇ ପାରେ ବୋଲି ଆଶଙ୍କା କରାଯାଉଛି।

କୃତ୍ତିବାସ ମୋବାଇଲ ଚାର୍ଜ ବସାଇବା ବେଳେ ଏହା ହଠାତ ଫାଟି ଯାଇଥିଲା। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଖି ପରୀକ୍ଷା ପରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି।

ତେବେ ମୋବାଇଲରେ ବିସ୍ଫୋରଣ ଘଟି ଜୀବନହାନି ଘଟିବା ଭଳି ଖବର ଆସିବା କୌଣସି ନୂଆ ଘଟଣା ନୁହେଁ ଏହା ପୂର୍ବରୁ କିଛି ଦିନ ତଳେ ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ଏକ ମୋବାଇଲ ଫୋନ୍ ବିସ୍ଫୋରଣ ଘଟିବାରୁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା।

ନୋକିଆ ୫୨୩୩ ମୋବାଇଲକୁ ଚାର୍ଜରେ ବସାଇ କଥା ହେଲା ବେଳେ ଏହି ଅଘଟଣ ଘଟିଥିଲା ।ଫୋନକୁ ଚାର୍ଜରେ ବସାଇ କଥା ହେଉଥିବା ସମୟରେ ଫୋନଟିରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଯୁବତୀ ଜଣକ ଜଳିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପଢନ୍ତୁ; ଟମାଟୋ ଜୁସ ପିଇବା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

Related posts

ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା

ENO Beuro

ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କ ପରଲୋକ

ENO Beuro

ଇସ୍ରୋ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ENO Beuro

1 comment

Leave a Comment